କର୍ଣ୍ଣାଟକ ରାଜନୈତିକ ନାଟକ : ଆସ୍ଥା ଭୋଟ ପାଇଁ ଆଉ ଦୁଇଦିନ ସମୟ ମାଗିଲେ କୁମାରସ୍ୱାମୀ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଚାଲିଥିବା ନାଟକ ଶେଷ ହେବାର ନାଁ ଧରୁ ନାହିଁ । ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଆସ୍ଥାଭୋଟ ଉପରେ ବିତର୍କ ସୋମବାର ମଧ୍ୟ ଅବ୍ୟାହତ ରହିଛି । ସୋମବାର ଦିନ ଯାଇ ରାତି ହେଲା ପଛେ ବିତର୍କ ଚାଲିଛି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ତାହାକୁ ମିଥ୍ୟା ପ୍ରମାଣିତ କରି ଆସ୍ଥାଭୋଟ ପାଇଁ କୁମାରସ୍ୱାମୀ ଆହୁରି ଦୁଇଦିନ ସମୟ ମାଗିଛନ୍ତି ।

ତେବେ ଆଜି ଯେକୌଣସି ପ୍ରକାରେ ଆସ୍ଥା ଭୋଟ କରିବାକୁ ବାଚସ୍ପତି କହିଥିବାବେଳେ ତାହା ସମ୍ଭବ ହେଉଥିବା ଜଣାପଡୁନାହିଁ । ଏହାଫଳରେ  ବାଚସ୍ପତି ରମେଶ କୁମାର ମଧ୍ୟ ଏଥିରେ ବିରକ୍ତ ହୋଇପଡିଛନ୍ତି ଓ ନିଜ ପଦବୀରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି । ତେବେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ବାଚସ୍ପତିଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ ।  ଏବେ ବିଧାନସଭାକୁ ୧୫ ମିନିଟ ପାଇଁ ମୁଲତବି ରଖାଯାଇଛି ।

ସମ୍ବନ୍ଧିତ ଖବର