ରୁଷିଛନ୍ତି କି ଶିବକୁମାର ? ହାଇକମାଣ୍ଡ ଡାକିଲେ ବି ଗଲେନି ଦିଲ୍ଲୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବାର ୨ ଦିନ ବିତିଯାଇଥିଲେ ବି ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରାମୈୟା ଓ ଡିକେ ଶିବକୁମାରଙ୍କ ମଧ୍ୟରେ ପ୍ରଦିଦ୍ବନ୍ଦିତା ଚାଲିଛି । ନିଜ ଦାବିକୁ ପୂରଣ କରିବାକୁ ସିଦ୍ଧରାମୈୟା ଦିଲ୍ଲୀରେ ପହଞ୍ଚିଥିବାବେଳେ ଶିବକୁମାର ନିଜର ଜନ୍ମଦିନ ବାହାନୀ ଦେଖାଇ ଦିଲ୍ଲୀ ଯାଇନାହାନ୍ତି । ହାଇକମାଣ୍ଡ ଡାକିଥିଲେ ବି ସେ ଯାଇନାହାନ୍ତି । ଏଥିରୁ ମନେକରାଯାଉଛି ଯେ ସେ ଦଳର ହାଇକମାଣ୍ଡଙ୍କ ଉପରେ ରୁଷିଛନ୍ତି ।

ଗଣମାଧ୍ୟମକୁ ସେ କହିଛନ୍ତି “ମୁଁ ପିଲା ନୁହେଁ। ମୋର ନିଜର ଚିନ୍ତାଧାରା ଅଛି । ନିଜର ଭିଜନ ହେଉଛି ମୋର ସଚ୍ଚୋଟତା । ମୁଁ ବିଦ୍ରୋହ କରେ ନାହିଁ । ମୁଁ ବ୍ଲାକମେଲ କରେ ନାହିଁ । ସିଦ୍ଧରମୈୟାଙ୍କୁ ମୋର ଶୁଭେଚ୍ଛା । ସେମାନଙ୍କ ପାଖରେ ଯଥେଷ୍ଟ ସଂଖ୍ୟା ରହିଛି।

“ମୋତେ ଦିଲ୍ଲୀ ଡକାଯାଇଥିଲା। କିଛି କାମ ଥିଲା। ଯାହାକୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ମୁଁ ମୋ କଥା ରଖିଛି। କିନ୍ତୁ ହାଇକମାଣ୍ଡ ମୋତେ ଆଉ କିଛି ଦାୟିତ୍ୱ ଦେଇଛନ୍ତି। ସେଗୁଡ଼ିକୁ ପ୍ରଥମେ ଶେଷ କରିବାକୁ ପଡ଼ିବ। ଭଗବାନ ଅନ୍ୟ ସବୁ ଦେଖିବେ। ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୋ ପେଟରେ କିଛି ସଂକ୍ରମଣ ହୋଇଛି। ଜଳାପୋଡ଼ା ହେଉଛି। ଫଳରେ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ଏଭଳି ପରିସ୍ଥିତିରେ ଆପଣ କ’ଣ କରିବେ?”  ସେ କହିଛନ୍ତି ।

ସମ୍ବନ୍ଧିତ ଖବର