ବିଜେପିରେ ଯୋଗ ‌ଦେବେ ୧୭ ବିଦ୍ରୋହୀ ବିଧାୟକ

ବେଙ୍ଗାଲୁରୁ : କର୍ଣ୍ଣାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଆଗାମୀ ଉପନିର୍ବାଚନ ଲଢ଼ିପାରିବେ। ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇବାପରେ ଏବେ ବିଧାୟକମାନେ ବିଜେପିରେ ଯୋଗ ଦେଉଥିବା ଜଣାପଡ଼ିଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଅଶ୍ବଥ ନାର‌ାୟଣ କହିଛନ୍ତି, ଇସ୍ତଫା‌ ଦେଇଥିବା ବିଧାୟକମାନେ ଆସନ୍ତାକାଲି ବିଜେପିରେ ଯୋଗ ଦେବାକୁ ସ୍ଥିର ହୋଇଛି। ସେମାନେ ବିଜେପିରେ ଯୋଗ ଦେବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିଛନ୍ତି। ଦଳ ପକ୍ଷରୁ ମଧ୍ୟ ସେମାନଙ୍କୁ ସ୍ବାଗତ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏବଂ ବି‌ଜେପିର ରାଜ୍ୟ ସଭାପତି ନଳୀନ୍‌ କୁମାର କତିଲଙ୍କ ଉପସ୍ଥିତିରେ ଅଯୋଗ୍ୟ ଘୋଷିତ ବିଧାୟକମାନେ ବିଜେପିରେ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ ଆସନ୍ତା ଡିସେମ୍ବର ୫ ତାରିଖରେ କର୍ଣ୍ଣା‌ଟକର ୧୫ ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ସମସ୍ତ ଅଯୋଗ୍ୟ ଘୋଷିତ ବିଧାୟକ ଏହି ନିର୍ବାଚନ ଲଢ଼ିପାରିବେ।

ସମ୍ବନ୍ଧିତ ଖବର