ଜୟପୁର: ମଙ୍ଗଳବାର ହୋଇଥିବା ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନାର ରାଷ୍ଟ୍ରୀୟ ସଭାପତି ସୁଖଦେବ ସିଂ ଗୋଗାମେଡ଼ିଙ୍କ ହତ୍ୟାକୁ ନେଇ ଜୟପୁରରେ କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେପଟେ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଦସ୍ୟ ରୋହିତ ଗାଦାରା । ଶତ୍ରୁମାନଙ୍କୁ ସହାୟତା କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛି ।

Advertisment

ରୋହିତ ତାଙ୍କ ପୋଷ୍ଟରେ ଲେଖିଛି, 'ସମସ୍ତ ଭାଇମାନଙ୍କୁ ରାମ ରାମ, ମୁଁ ରୋହିତ ଗୋଦାରା କପୁରସାରୀ । ସୁଖଦେବ ଗୋଗାମେଡ଼ିଙ୍କ ହତ୍ୟା ପାଇଁ ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛି, ଆମେ ଏହି ହତ୍ୟାକାଣ୍ଡ କରିଛୁ। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ସେ ଆମର ଶତ୍ରୁମାନଙ୍କୁ ସହଯୋଗ କରୁଥିଲେ, ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଶକ୍ତିଶାଳୀ କରିବା ପାଇଁ କାମ କରୁଥିଲେ ।  ଆମର ଶତ୍ରୁମାନଙ୍କ ବିଷୟରେ  କହୁଛି, ସେମାନେ ସେମାନଙ୍କ ଘର ଦ୍ୱାରରେ ସେମାନଙ୍କର କୋକେଇ ପ୍ରସ୍ତୁତ ରଖିବା ଉଚିତ୍ ।“

ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ଦୁର୍ବୃତ୍ତମାନେ ଜୟପୁରସ୍ଥିତ ବାସଭବନରେ ଗୋଗାମେଡ଼ିଙ୍କୁ ଗୁଳିମାରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ମେଟ୍ରୋ ମାସ ହସପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଗୋଗାମେଡିଙ୍କ ସହ ଥିବା ତାଙ୍କ ସୁରକ୍ଷାକର୍ମୀ ଅଜିତ ସିଂ ବି ଗୁରୁତର ଭାବେ ଆହତ ହୋଇଯାଇଛି ।