ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଉଛି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ | କିଛି ମାସ ହେବ ସଲମାନଙ୍କୁ ହତ୍ୟା କରିବାକୁ ଚାତକ ପରି ଅନାଇ ବସିଛି ଲରେନ୍ସ | ତେବେ ଲରେନ୍ସ, ସଲମାନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ବେଳେ ତାକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ କରଣୀ ସେନାର ଅଧ୍ୟକ୍ଷ ରାଜ ଶେଖାୱତ୍ | ଯିଏ ଲରେନ୍ସକୁ ହତ୍ୟା କରିବ, ତାକୁ ୧,୧୧,୧୧,୧୧୧ ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ | ତାଙ୍କର ଏଭଳି ଘୋଷଣା ଏବେ ତାଙ୍କୁ ଭାରୀ ପଡିଛି |

Advertisment

ତାଙ୍କର ଏଭଳି ଘୋଷଣା ପରେ ଏବେ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା ଧମକ ଦେଉଥିବା ସେ କହିଛନ୍ତି | ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବା ପାଇଁ ୧.୫୦କୋଟିର ସୁପାରୀ ଦେଇଥିବା ବେଳେ ମୁଁ ଭୟଭୀତ ନାହିଁ ବୋଲି କହିଛନ୍ତି ରାଜ ଶେଖାୱତ୍ |

ଉଲ୍ଲେଖଯୋଗ୍ୟ, କ୍ଷତ୍ରିୟ କରଣୀ ସେନା ମୁଖ୍ୟ ରାଜ ଶେଖାୱତ୍ ୩ଦିନ ତଳେ ଘୋଷଣା କରିଥିଲେ ଯେ, "ଯଦି କୌଣସି ପୁଲିସ, ଲରେନ୍ସର ଏନକାଉଣ୍ଟର କରନ୍ତି, ତେବେ ତାଙ୍କ ସଂସ୍ଥା ତାଙ୍କୁ ୧,୧୧,୧୧,୧୧୧ ଟଙ୍କାର ପୁରସ୍କାର ରାଶି  ଦେବ | ଆମ ସହ କୋଟି କୋଟି ଲୋକ ଜଡିତ | ଯଦି ସେମାନେ ୫ଟଙ୍କା ଲେଖାଏ ମଧ୍ୟ ଦାନ କରିବେ, ତେବେ ପୁରସ୍କାର ରାଶିର ବ୍ୟବସ୍ଥା ହୋଇପାରିବ |"