କ୍ୱାରାଣ୍ଟିନ୍ ରେ ଥିବା ବ୍ୟକ୍ତି ପ୍ରତି ଘଣ୍ଟାରେ ସେଲଫି ଉଠାଇ ପଠାଇବାକୁ ନିର୍ଦ୍ଦେଶ, ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ
ବାଙ୍ଗାଲୋର: କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଏକ ମୋବାଇଲ୍ ଆପ୍ଲିକେସନ୍ ‘କ୍ୱାରାଣ୍ଟିନ୍ ୱାଚ୍’ ପ୍ରସ୍ତୁତ କରାଯାଇଛି ଯାହା ଫଳରେ ଘରୋଇ କ୍ୱାରାଣ୍ଟିନରେ ଥିବା କରୋନା ଭାଇରସ୍ ସନ୍ଦିଗ୍ଧ ତଥା ରୋଗୀଙ୍କ ଉପରେ ନଜର ରଖାଯିବ। କରୋନା ଭାଇରସ୍ ସନ୍ଦିଗ୍ଧ ଏବଂ ରୋଗୀଙ୍କୁ ଏହି ଆପରେ ସେଲଫି ପଠାଇବାକୁ ପଡିବ | ଘର କ୍ୱାରାଣ୍ଟିନରେ ରହୁଥିବା ଲୋକଙ୍କୁ ସରକାର ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ କ୍ୱାରାଣ୍ଟିନ୍ ସେଣ୍ଟରକୁ ପଠାଯିବ।
A selfie an hour, will keep the police away! As many #HomeQuarantined are stepping out, the Quarantine Watch Mobile App requires these citizens to send a selfie every waking hour. If the GPS coordinates change, they will be sent to a Govt-run mass quarantine centre.#StayHome pic.twitter.com/Ofo9t80P9G
— B.H.Anil Kumar,IAS (@BBMPCOMM) March 30, 2020
ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ କ୍ୱାରାଣ୍ଟିନରେ ରହୁଥିବା ଲୋକଙ୍କୁ ଆପରେ ନାମ ପଞ୍ଜିକରଣ କରାଇବାକୁ ପଡିବ | ଏହା ସହ ସେମାନଙ୍କୁ ପ୍ରତି ଘଣ୍ଟାରେ ସରକାର ସେଲଫି ପଠାଇବାକୁ ପଡ଼ିବ। ଏଠାରେ ସୂଚନା ଥାଉ କି କ୍ୱାରାଣ୍ଟିନ୍ ୱାଚ୍ ରୁ ପଠାଯାଇଥିବା ସେଲଫିରେ ଏକ ଜିଏସପି ଟ୍ରାକର୍ ଅଛି, ଯାହା ବ୍ୟକ୍ତିଙ୍କ ଅବସ୍ଥାନ ବିଷୟରେ କହିଥାଏ |
ଏହାକୁ ନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ରେଡ୍ଡୀ କହିଛନ୍ତି,ଯେ ‘ଯଦି ଜଣେ କ୍ୱାରାଣ୍ଟିନ୍ ବ୍ୟକ୍ତି ପ୍ରତି ଘଣ୍ଟାରେ ସେଲଫି ପଠାଇବାରେ ବିଫଳ ହୁଅନ୍ତି (ସକାଳ ୧୦ ଟାରୁ ୭ ଟା ପର୍ଯ୍ୟନ୍ତ ଶୋଇବା ବ୍ୟତୀତ) ତେବେ ଏକ ଟିମ ସେହି ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବେ ଏବଂ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା କ୍ୱାରାଣ୍ଟିନ୍ ସେଣ୍ଟରକୁ ସ୍ଥାନାନ୍ତର କରାଯିବ |