ମୁମ୍ବାଇ: କଥାରେ କହନ୍ତି, ବାଘ କାମୁଡ଼ାଠାରୁ କୁଆେଡ଼ ତା'ର ଘୋଷଡ଼ା ବେଶୀ ବାଧୋ ସେପରି ଏକ ଦୁଃଖଦ ପରିସ୍ଥିତି ଦେଖିବାକୁ ମିଳିଛି ସ୍ଥାନୀୟ ସାନ୍ତା କ୍ରୁଜ୍ ଅ‌ଳର ଜଣେ କରୋନା ପୀଡି଼ତଙ୍କ ପରିବାର କ୍ଷେତ୍ରରୋ ମହାମାରୀ କରୋନାଭୂତାଣୁରେ ସଂକ୍ରମିତ ଥାଇ ଅନ୍ୟାନ୍ୟ ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଜନୈକ ୭୪ ବର୍ଷୀୟ ଗୃହକର୍ତ୍ତା ସ୍ଥାନୀୟ ଜୁହୁ ସ୍ଥିତ ନାନାବତୀ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲୋ ତେବେ ଉକ୍ତ ଡାକ୍ତରଖାନାରେ ୧୫ ଦିନର ଆଇସିୟୁ ରହଣି ପାଇଁ ୧୬ ଲକ୍ଷ ଟଙ୍କାର ବିଲ୍ ଆସିବା ହିଁ ପରିବାର ମୁଣ୍ତରେ ଚଡ଼କ ସଦୃଶ ହୋଇଛିା ଜଣେ ମଧ୍ୟବିତ୍ତ ପରିବାର ପାଇଁ ଏପରି ଦିନକୁ ହାରାହାରି ଲକ୍ଷେ ଟଙ୍କାରୁ ଅଧିକ ଗଣିବା କଳ୍ପନାତୀତ ବୋଲି ନିଜର ନାମ ଗୋପନ ରଖି ତାଙ୍କ ପୁଅ କହିଛନ୍ତିା ଅପରପକ୍ଷେ, ଡାକ୍ତରଖାନା ପକ୍ଷରୁ ମାତ୍ରାଧିକ ଫି' ଆଦାୟ କରାଯାଉଥିବା ନେଇ ମୃତକଙ୍କ ପରିବାର କରିଥିବା ଅଭିଯୋଗକୁ ହସ୍ପିଟାଲ୍ର ନିେର୍ଦ୍ଦଶକ ମନପ୍ରୀତ ସୋହଲ ଖଣ୍ତନ କରିଛନ୍ତିା ସଂପୃକ୍ତ ରୋଗୀଙ୍କର ବହୁବିଧ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିବା ସହ ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ଗତ ମାର୍ଚ୍ଚ ୩୧ ତାରିଖରେ ଏଠାରେ ଭର୍ତ୍ତି ହୋଇଥିଲୋ ତେବେ ସର୍ବୋତ୍କୃଷ୍ଟ ଚିକିତ୍ସା ସୁବିଧା ଯୋଗାଇଦେବା ସେତ୍ତ୍ବ ସେ ଏପ୍ରିଲ ୧୫ରେ ଆଖି ବୁଜିଥିଲେ ବୋଲି ସୋହଲ ସଫେଇ ଦେଇଛନ୍ତିା

Advertisment

ସୂଚନାଯୋଗ୍ୟ, କୋଭିଡ୍–୧୯ ସହ ଜଡି଼ତ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଘରୋଇ ଡାକ୍ତରଖାନାଗୁଡି଼କ ଭୀଷଣ ଭାବରେ ଶୋଷଣ କରୁଥିବା ନେଇ ଅନେକ ପରିବାର ଅଭିଯୋଗ କରି ଆସୁଛନ୍ତିା ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ଗତ ସପ୍ତାହରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ବୀମା ରହିତ ରୋଗୀଙ୍କ କ୍ଷେତ୍ରରେ ଚିକିତ୍ସା ଫି'କୁ ନିର୍ଦ୍ଦିଷ୍ଟ ପରିମାଣରେ ସୀମିତ ରଖିବା ପାଇଁ ନିେର୍ଦ୍ଦଶ କରିଥିଲୋ ମାତ୍ର ସଂପୃକ୍ତ ଡାକ୍ତରଖାନା ପକ୍ଷରୁ ମୋଟ ଖର୍ଚ୍ଚକୁ ବିଭିନ୍ନ ଆଳରେ ବିଭକ୍ତ କରି ପୂର୍ବ ପରି ମାତ୍ରାଧିକ ବିଲ୍ କରୁଥିବା ଦେଖାଯାଇଛିା ଏ ପରିପ୍ରେକ୍ଷୀରେ ମୃତକଙ୍କ ପୁଅ କହିବା ଅନୁସାରେ, ସେମାନଙ୍କୁ ମିଳିଥିବା ମେଡିକାଲ୍ ବିଲ୍ରେ ସିଂହଭାଗ ହେଉଛି ୮.୬ ଲକ୍ଷ ଟଙ୍କାର ଔଷଧ ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଚିକିତ୍ସା ଉପକରଣ ଏବଂ ୨.୮ ଲକ୍ଷର କୋଭିଡ୍ ଫି'ା ତାଙ୍କ ବାପା ଡାକ୍ତରଖାନାରେ ଥିବା ବେଳେ ସାରା ପରିବାର ସଂଗରୋଧରେ ରହିଥିବାରୁ କେହି ଆସିପାରୁନଥିଲୋ ତେବେ ପରିବାର ଲୋକଙ୍କୁ ଡାକ୍ତରଖାନା ତରଫରୁ ଏଭଳି ବିପୁଳ ଖର୍ଚ୍ଚ ସମ୍ପର୍କରେ ଆଦୌ ସୂଚନା ବି ଦିଆଯାଇନଥିଲାା ପ୍ରଥମରୁ ଯାହା ୬୦ ହଜାର ଟଙ୍କା ପୈଠ କରାଯାଇଥିଲା ଏବଂ ଫୋନ୍ ଓ ଇମେଲ୍ ମାଧ୍ୟମରେ ଯୋଗାଯୋଗ ହେଉଥିଲାା ଦିନକ ପରେ ବାପାଙ୍କର ଡାୟାଲିସିସ୍‌ ହେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ କହିବାରୁ ସେ ଇଲେେpାନିକ ମାଧ୍ୟମରେ ସମ୍ମତି ପ୍ରଦାନ କରିଥିଲୋ ତେବେ ଦୁଇଦିନ ପରେ ଆଉ ୩.୪ ଲକ୍ଷ ଟଙ୍କା ପୈଠ ପରେ ମଧ୍ୟ ଡାକ୍ତରଖାନା ପକ୍ଷରୁ ଅତି ନିର୍ମମ ଭାବେ ଆଉ ପଇସା ନଦେଲେ ଚିକିତ୍ସା ବନ୍ଦ କରାଯିବ ବୋଲି କୁହାଯାଇଥିିଲାା ଏପରିକି ସମସ୍ତ ବକେୟା ଦେବା ପରେ ଶବକୁ ଡାକ୍ତରଖାନା ପକ୍ଷରୁ ସ୍ଥାନୀୟ ଶବଦାହ ଗୃହକୁ ପଠାଯାଇଥିବା ବେଳେ ସେଥିପାଇଁ ମଧ୍ୟ ୮ ହଜାର ଟଙ୍କା ଦାବି କରାଯାଇଥିଲାା