କେରଳ ପରିବାର ଉପରେ କରୋନା କଳଙ୍କର ବୋଝ, ହସ୍ପିଟାଲରୁ ଜୀବିତ ନ ଫେରିବାକୁ ସଂପର୍କୀୟ ଅଭିଶାପ ଦେଇଥିଲେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁଁ ବିଶ୍ବବ୍ୟାପୀ କୋଟି କୋଟି ଲୋକ ଏବେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। ମାର୍ଚ୍ଚ ମାସରେ ଅଧିକ ମାମଲା ଭାରତରେ ଆସିବା ପରେ କଟକଣା ଜାରି ରହିଛି ଏବଂ ଲୋକେ ସାମାଜିକ ଦୂରତ୍ବ ବଜାୟ ରଖୁଛନ୍ତି। ଇଟାଲୀରୁ ଆସିଥିବା କେରଳର ଏକ ପ୍ରବାସୀ ଭାରତୀୟ ପରିବାର ନିୟମକୁ ଅଣଦେଖା କରି ପାରିବାରିକ ଉତ୍ସବ ଆୟୋଜନ କରିଥିଲେ। ଏହାପରେ ଏହି ପରିବାର କରୋନା ସଂକ୍ରମିତ ହେବା ସହ ଅନ୍ୟମାନଙ୍କ ପାଇଁ ବଡ଼ ସଙ୍କଟର କାରଣ ହୋଇଥିଲେ। ସେମାନେ କେରଳରେ ନିଜ ଗ୍ରାମକୁ ୨୯ ଫେବ୍ରୁଆରିରେ ଫେରିଥିବା ବେଳେ ସପ୍ତାହକ ପରେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ତେବେ ସେମାନଙ୍କ କରୋନା ଟେଷ୍ଟ ପୂର୍ବରୁ ସେମାନେ ପାରିବାରିକ କାର୍ଯ୍ୟକ୍ରମ ଆୟୋଜନ କରି ସଂପର୍କୀୟଙ୍କ ସହିତ ମିଶିଥିଲେ। କରୋନା ଟେଷ୍ଟ ପଜିଟିଭ୍‌ ଆସିବା ପରେ ଏହି ପରିବାର କଳଙ୍କର ବୋଝ ମୁଣ୍ଡାଇଛନ୍ତି ଏବଂ ସଂପର୍କୀୟମାନେ ସେମାନଙ୍କୁ ତୁହାକୁ ତୁହା ଅଭିଶାପ ଦେଉଛନ୍ତି। ସେମାନେ ହସ୍ପିଟାଲରୁ ଜୀବିତ ନ ଫେରନ୍ତୁ ବୋଲି ମଧ୍ୟ ଅନେକ ସଂପର୍କୀୟ ଚାହୁଥିଲେ।

ଏହି ପରିବାରର ୯୪ ବର୍ଷୀୟ ଜେଜେବାପା-ଜେଜେମାଙ୍କ ସମେତ ସମେସ୍ତ ସଂକ୍ରମିତ ଥିଲେ। ତେବେ ଏହି ପରିବାର ଏବେ ସୁସ୍ଥ ହୋଇଛନ୍ତି। ଏହା ସତ୍ତ୍ବେ କରୋନା ସଂକ୍ରମଣର କଳଙ୍କ ସେମାନଙ୍କ ପିଛା ଛାଡ଼ୁନି। ସେମାନେ ରହୁଥିବା ଗ୍ରାମକୁ ହଟ୍‌ସ୍ପଟ୍‌ ଘୋଷଣା କରି ସମସ୍ତଙ୍କୁ କ୍ବାରାଣ୍ଟିନ୍‌ରେ ରହିବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର