ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ । ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ। ବୁଧବାର (ଜାନୁଆରୀ ୨୪) କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି।
ଠାକୁରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ ଦୀର୍ଘ ଦିନ ଧରି ଦାବି ଉଠିଥିଲା। ମଙ୍ଗଳବାର (ଜାନୁଆରୀ ୨୨) ଦିନ ଜେଡିୟୁ ନେତା କେସି ତ୍ୟାଗୀ ଠାକୁରଙ୍କୁ ଭାରତ ରତ୍ନ ଦେବା ଏବଂ ତାଙ୍କ ନାମରେ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଦାବି କରିଥିଲେ। ଆଗକୁ ନିର୍ବାଚନ ଥିବାବେଳେ ଓ ବିହାରରେ ଜେଡିୟୁ ଓ ଆରଜେଡି ସଂପର୍କରେ ଫାଟ ଦେଖାଦେଇଥିବାବେଳେ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ଦେବା ବିଜେପିର ଏକ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି । ତାଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ନିଜର ଆଦର୍ଶ ବୋଲି ମାନନ୍ତି । ଏଣୁ ଏହା ବିହାରରେ ରାଜନୈତିକ ସମୀକରଣକୁ ବଦଳାଇବାର ଶକ୍ତି ରଖୁଥିବା କୁହାଯାଉଛି ।
ସ୍ବାଧୀନତା ପରେ କର୍ପୂରୀ ଠାକୁର ବିହାରର ଦୁଇଥର ମୁଖ୍ୟମନ୍ତ୍ରୀ ଓ ଥରେ ଉପମୁଖ୍ୟମନ୍ତ୍ରୀ ରହିଥିଲେ । ସେ ନିଜର ସରଳ ଜୀବନଯାପନ ଓ ସଚ୍ଚୋଟତା ପାଇଁ ପ୍ରସିଦ୍ଧ ଥିଲେ । ସେ ୨୨ ଡିସେମ୍ବର ୧୯୭୦ରୁ ୨ ଜୁନ ୧୯୭୧ ପର୍ଯ୍ୟନ୍ତ ଓ ୨୪ ଜୁନ ୧୯୭୭ରୁ ୨୧ ଏପ୍ରିଲ ୧୯୭୯ ପର୍ଯ୍ୟନ୍ତ ବିହାର ମୁଖ୍ୟମନ୍ତ୍ରୀ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/WhatsApp-Image-2024-01-23-at-20.19.20.jpeg)