କରତାରପୁର କରିଡର : ଭିସା ମୁକ୍ତ ଯାତ୍ରା ପାଇଁ ଭାରତ-ପାକ୍‌ ସହମତି

ଅମୃତସର : କରତାରପୁର କରିଡର ନେଇ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରତିନିଧିସ୍ତରୀୟ ଆଲୋଚନା ଶେଷ ହୋଇଛି। ଭାରତର ଶିଖ୍‌ ଶ୍ରଦ୍ଧାଳୁ ଏବେ ବିନା ଭିସାରେ ବର୍ଷ ତମାମ କରତାରପୁର ସାହିବ ଦର୍ଶନ ପାଇଁ ଯାଇପାରିବେ। ଆଜି ଉଭୟ ଦେଶ ଏ ନେଇ ସହମତି ପ୍ରକାଶ କରିବା ପରେ ଏ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ହଟିଯାଇଛି। ପ୍ରତିଦିନ ୫ ହଜାର ଶ୍ରଦ୍ଧାଳୁ କରତାରପୁର ସାହିବ ଯିବା ପାଇଁ ଅନୁମତି ପାଇବେ ବୋଲି ଜଣାପଡ଼ିଛି। କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କରେ ତିକ୍ତ ହୋଇଉଠିଥିବା ବେଳେ ଆଜି ଭିସା ମୁକ୍ତ ଯାତ୍ରା ପାଇଁ ସହମତି ଏକ ସକରାତ୍ମକ ପଦକ୍ଷେପ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର