କର୍‌ତାରପୁର କରିଡର ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା ଲେଖାଏଁ ଆଦାୟ କରିବାକୁ ପାକିସ୍ତାନର ଜିଦ୍‌

ନୂଆଦିଲ୍ଲୀ: କର୍‌ତାରପୁର ସାହିବ ଗୁରୁଦ୍ବାର ପାଇଁ ପାକିସ୍ତାନ ୯ ନଭେମ୍ବରରୁ କରିଡର ଖୋଲିବାକୁ ଯାଉଥିବା ବେଳେ ଭାରତରୁ ଯାଉଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କଠାରୁ ୧୪ ଶହ ଟଙ୍କା ଲେଖାଏଁ ଆଦାୟ କରିବାକୁ ଜିଦ୍‌ ଧରିଛି। ପ୍ରତ୍ୟେକ ତୀର୍ଥଯାତ୍ରୀ ୧୪ ଶହ ଟଙ୍କା ଫିଜ୍‌ ଦେବାକୁ ପଡ଼ିବ ବୋଲି ଆଜି ପାକିସ୍ତାନ ପୁଣି ଥରେ କହିଛି। ପାକିସ୍ତାନର ଏହି ଅନଧିକାର ଦାବିକୁ ଭାରତ ଦୃଢ଼ ବିରୋଧ କରିବା ସହ ଏହା ଦ୍ବାରା କରିଡର ସ୍ଥାପନର ଉଦ୍ଦେଶ୍ୟ ସଫଳ ହେବନାହିଁ ବୋଲି କହିଛି।

ସମ୍ବନ୍ଧିତ ଖବର