କର୍ତାରପୁର କରିଡର ବୈଠକ ସରିଲା, ଭାରତୀୟ ପ୍ରତିନିଧି ଦଳ ପାକିସ୍ତାନ ଅଧିକାରୀଙ୍କ ସହ କଥା ହେଲେ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଛି କର୍ତାରପୁର କରିଡର ବୈଠକ। କରତାରପୁର କରିଡର ନେଇ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ପଞ୍ଜାବର ଅଟାରି ବର୍ଡରରେ ଏହି ବୈଠକ ବସିଥିଲା। ଏହି ବୈଠକରେ ପାକିସ୍ତାନର କର୍ତାରପୁର କରିଡର ରୂପରେଖ ଓ ବୈଷୟିକ ପ୍ରସଙ୍ଗ ସହ ଯାତ୍ରୀଙ୍କ ସୁରକ୍ଷା ଉପରେ ଅଧିକ ଫୋକସ୍‌ କରିଥିଲା ଭାରତ। ପାକିସ୍ତାନର ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଡକ୍ଟର ମହମ୍ମଦ ଫୈଜଲଙ୍କ ସହିତ ପ୍ରାୟ ୨୦ ଜଣ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ। ଏହି ବୈଠକରେ ଭାରତ ପାକିସ୍ତାନ ପଟେ ରହିଥିବା କରତାରପୁର କରିଡରରେ ଭାରତୀୟ ଶ୍ରଦ୍ଧାଳୁଙ୍କୁ ମିଳିବାକୁ ଥିବା ସୁବିଧା ସୁଯୋଗ, ସେମାନଙ୍କ ସୁରକ୍ଷା, ଦର୍ଶନର ବ୍ୟବସ୍ଥା ନେଇ ବିଶେଷ ଭାବେ ଆଲୋଚନା କରିଛି।

ଭାରତ ଏହି କରିଡର ର୍ନିମାଣ ପାଇଁ ଅତିରିକ୍ତ ୫ ଶହ କୋଟି ଖର୍ଚ୍ଚ କରୁଛି। ଏହାର କାମ ଏବେ ପ୍ରାୟ ୭୦ ପ୍ରତିଶତ ଶେଷ ହୋଇଆସିଥିବା ସୂଚନା ମିଳିଛି। ଯାତ୍ରୀଙ୍କ ସୁରକ୍ଷା ଓ ସର୍ଭିଲାନ୍‌ସ ପାଇଁ ଭାରତର ଅର୍ଥ ଖାସ କରି ବିନିଯୋଗ କରାଯାଉଛି। ଗୁରୁ ନାନକଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଚଳିତ ବର୍ଷ ନଭେମ୍ବରରେ ପଡୁଛି। ଏହାପୂର୍ବରୁ ଅକ୍ଟୋବର ମାସ ସୁଦ୍ଧା ଏହି ର୍ନିମାଣ କାର୍ଯ୍ୟ ଶେଷ କରାଯିବାକୁ ଯୋଜନା ରହିଛି। ଦିନକୁ ୫ ହଜାର ଯାତ୍ରୀ ଏବଂ ବିଶେଷ ଦିନ ଗୁଡିକରେ ୧୦ ହଜାର ଯାତ୍ରୀ ଏହି ଟର୍ମିନାଲ ଦେଇ ସୁବିଧାରେ ଯେପରି ପାକିସ୍ତାନର ଗୁରୁଦ୍ୱାରା କର୍ତାରପୁର ସାହିବ ଯାଇ ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରିବାକୁ ଭାରତ ପାକିସ୍ତାନ ସହିତ ଆଲୋଚନା କରିଛି।

ସମ୍ବନ୍ଧିତ ଖବର