ନୂଆଦିଲ୍ଲୀ: ପାକିସ୍ତାନରେ ଥିବା ଶିଖ୍ଙ୍କ ଧର୍ମପୀଠ କର୍ତାରପୁର ସାହିବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ୧୯୪୭ରେ ଦେଶ ବିଭାଜନ ବେଳେ ଭୁଲକ୍ରମେ କର୍ତାରପୁର ସାହିବ ପାକିସ୍ତାନରେ ରହିଯାଇଥିଲା। ସେ ସମୟରେ କଂଗ୍ରେସର ଅପାରଗତା ଯୋଗୁ ପାକ୍ରେ ଏହା ରହିଯାଇଛି। ତେବେ କଂଗ୍ରେସର ଏହି ମସ୍ତବଡ଼ ଭୁଲକୁ ସୁଧାରିବା ତାଙ୍କ ଭାଗ୍ୟରେ ଅଛି ବୋଲି ମୋଦୀ କହିଛନ୍ତି। ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାରରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, କଂଗ୍ରେସ ନିକଟରେ ଦୂରଦୃଷ୍ଟି ନଥିବାରୁ ପାକିସ୍ତାନ ପଟକୁ କର୍ତାରପୁର ସାହିବ ଚାଲିଯାଇଥିଲା। କଂଗ୍ରେସ ନେତାମାନେ ସେତେବେଳେ ସାମାନ୍ୟ ଚେଷ୍ଟା କରିଥିଲେ, ଏହା ଭାରତରେ ଥାଆନ୍ତା ଏବଂ ଶିଖ୍ମାନେ ବିନା ଦ୍ବିଧାରେ ଦର୍ଶନ କରିପାରିଥାନ୍ତେ। ଉଲ୍ଲେଖଯୋଗ୍ୟ, ନିକଟରେ କେନ୍ଦ୍ର କ୍ୟାବିନେଟ୍ କର୍ତାରପୁର କରିଡର୍ ନିର୍ମାଣ ପାଇଁ ମଞ୍ଜୁରି ଦେଇଛି। ପଞ୍ଜାବର ଗୁରଦାସପୁରରୁ ଏହା ପାକିସ୍ତାନ ସୀମା ପର୍ଯ୍ୟନ୍ତ ନିର୍ମାଣ ହେବ। ଏଥିପାଇଁ ଶିଳାନ୍ୟାସ କାର୍ଯ୍ୟ ଶେଷ ହୋଇଛି। ସେପଟେ ପାକିସ୍ତାନ ମଧ୍ୟ କର୍ତାରପୁର ସାହିବଠାରୁ ସୀମା ପର୍ଯ୍ୟନ୍ତ କରିଡର୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର କାର୍ଯ୍ୟ ଶେଷ କରିଛି।
ପୂର୍ବର ୟୁପିଏ ସରକାରଙ୍କୁ ସମାଲୋଚନା କରି ମୋଦୀ କହିଛନ୍ତି, ୨୦୧୪ ପୂର୍ବରୁ ଦେଶରେ ଦୁର୍ନୀତି ଓ ସ୍କାମ୍ ଭରପୂର ଦେଖିବାକୁ ମିଳୁଥିଲା। କିନ୍ତୁ ଗତ ୫ ବର୍ଷ ମଧ୍ୟରେ ଦୁର୍ନୀତି ଘଟଣା ସମ୍ପର୍କରେ ଗୋଟିଏ ହେଲେ ଖବର ପ୍ରକାଶ ପାଇନାହିଁ। ଦେଶରୁ ଦୁର୍ନୀତିକୁ ସମୂଳେ ହଟାଇବା ପାଇଁ ସରକାର ଅନେକ ସଂସ୍କାର ଆଣିଛନ୍ତି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୭ରେ ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।
କର୍ତାରପୁର ସାହିବ ପ୍ରସଙ୍ଗ:କଂଗ୍ରେସ ଭୁଲ ସୁଧାରିବା ମୋ ଭାଗ୍ୟରେ ଅଛି
/sambad/media/post_attachments/wp-content/uploads/2018/12/modi-7596.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)