ଲକ୍ଷ୍ନୌ: ଯେଉଁ ବୟସରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠପଢ଼ା ଓ କ୍ୟାରିୟରକୁ ନେଇ ବ୍ୟସ୍ତ ସେହି ବୟସରେ ଜଣେ ୧୭ ବର୍ଷୀୟ ଛାତ୍ର ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଏବଂ ଶିଶୁ ଅଧିକାର ପ୍ରସଙ୍ଗକୁ ନେଇ ସଂଗ୍ରାମ କରୁଛନ୍ତି। ସେହି କିଶୋର ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ବଦୋହୀ ଜିଲ୍ଲା ଆନରାଇ ଗ୍ରାମର କାର୍ତ୍ତିକ ବର୍ମା। ୭ ବର୍ଷ ହେଲା ଏହି କିଶୋର ଜଣକ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ବିଶ୍ବର ସ୍ବର ପାଲଟିଛନ୍ତି। ନଲେଜ ଫର୍ ନେଚର ମୁଭମେଣ୍ଟ୍ ନାମକ ସଂସ୍ଥାର ସେ ପ୍ରତିଷ୍ଠାତା।
/sambad/media/post_attachments/wp-content/uploads/2023/11/daggdddd.jpg)
ବର୍ତ୍ତମାନ ସୁଦ୍ଧା କାର୍ତ୍ତିକଙ୍କ ପ୍ରଭାବଶାଳୀ କାର୍ଯ୍ୟ ଦେଶର ୧୩୦ରୁ ଅଧିକ ବିଦ୍ୟାଳୟର ୪୦୦୦ରୁ ଅଧିକ ଶିଶୁ ଓ ଯୁବକଙ୍କ ନିକଟରେ ପହଞ୍ଚି ପାରିଛି। ଗତ ସପ୍ତାହରେ ସେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌକୁ ଆସିଥିଲେ। ୟୁନିସେଫ୍ ସହାୟତାରେ ସେ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ। ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ପାଇଁ ଶିଶୁ ଓ ଯୁବକଙ୍କ ପାଇଁ ଗଠିତ ଷ୍ଟିଅରିଂ କମିଟିର ଜଣେ ସଦସ୍ୟ ଭାବେ କାର୍ତ୍ତିକ ନିଯୁକ୍ତ ହୋଇଛନ୍ତି। ସେ ଏବେ ଶିଶୁ ଅଧିକାର ଉପରେ ସାଧାରଣ ମତାମତ ପାଇଁ ଜାତିସଂଘ କମିଟିରେ ଶିଶୁ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସମାଜରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ବ୍ୟକ୍ତିଗତ ଭୂମିକାର ଗୁରୁତ୍ବକୁ ବୁଝି ସେ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ଏହା ତାଙ୍କୁ ସଫଳତା ମଧ୍ୟ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Changes-of-World-Pollutions_Kartik-Varma_Punashcha-Pruthibi_Thumbnail.jpg)