କାର୍ତ୍ତିଙ୍କୁ ଏପ୍ରିଲ୍‌ ୧୬ ଯାଏ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଏୟାରସେନ୍‌-ମାକ୍ସିସ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‌ଙ୍କୁ ଆଜି ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ କାର୍ତ୍ତିଙ୍କୁ ଆସନ୍ତା ୧୬ ତାରିଖ ଯାଏ ଗିରଫ କରାଯାଇପାରିବନି ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ତେବେ ଏହି ସମୟ ମଧ୍ୟରେ କାର୍ତ୍ତିଙ୍କୁ ତଦନ୍ତକାରୀ ଅଧିକାରୀ ଯେବେ ଚାହିବେ ସେ ତୁରନ୍ତ ହାଜର ହେବାକୁ ବାଧ୍ୟ ବୋଲି ଅଦାଲତ ସର୍ତ୍ତ ଲଗାଇଛନ୍ତି। ଏଥି ସହିତ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ତ୍ତିଙ୍କ ଜାମିନ ଉପରେ ଉତ୍ତର ରଖିବାକୁ ଅଦାଲତ ତିନି ସପ୍ତାହ ମହଲତ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ଏପ୍ରିଲ ୧୬ରେ ହେବ।

ସମ୍ବନ୍ଧିତ ଖବର