କାର୍ତ୍ତିଙ୍କ ବିଦେଶ ଗସ୍ତକୁ ଅନୁମତି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କ ବିଦେଶ ଗସ୍ତକୁ ଆଜି ସବୁଜ ସଙ୍କେତ ପ୍ରଦାନ କରିଛନ୍ତି ମାଡ୍ରାସ ହାଇକୋର୍ଟ। ତେବେ ସିବିଆଇର ତୀବ୍ର ବିରୋଧ ସତ୍ତ୍ୱେ କୋର୍ଟ କାର୍ତ୍ତିଙ୍କ ବିଦେଶ ଗସ୍ତକୁ ଅନୁମତି ପ୍ରଦାନ କରିଥିଲେ ମଧ୍ୟ ଏନେଇ କୋର୍ଟ କିଛି ସର୍ତ୍ତ ରଖିଛନ୍ତି। କାର୍ତ୍ତି ତାଙ୍କ ଗସ୍ତର ସମ୍ପୂର୍ଣ୍ଣ ଯୋଜନା ସହ ସେ କେଉଁ ସ୍ଥାନକୁ ଗସ୍ତ କରିବେ ସେ ସମ୍ପର୍କରେ ସିବିଆଇକୁ ଆଗୁଆ ଜଣାଇବେ। ଏହାବାଦ୍‌ ଫେବ୍ରୁଆରି ୨୮ ସୁଦ୍ଧା କାର୍ତ୍ତି ଭାରତ ଫେରି ଆସିବେ ବୋଲି କୋର୍ଟ କହିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ କାର୍ତ୍ତିଙ୍କ ବିରୋଧରେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ ଜାରି କରି ତାଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଇଥିଲା। ଉଲ୍ଳେଖଯୋଗ୍ୟ ୨୦୦୭ ମସିହା ଆଇଏନ୍‌ଏକ୍ସ ମିଡିଆ ମାମଲାରେ ୩୦୫ କୋଟି ଟଙ୍କାର ବେଆଇନ ମଞ୍ଜୁରି ଦେଇଥିବା ନେଇ କାର୍ତ୍ତିଙ୍କ ବିରୋଧରେ ଗତବର୍ଷ ଅଗଷ୍ଟ ୧୬ ଏବଂ ଅଗଷ୍ଟ ୧୮ ତାରିଖରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇଥିଲା।

ସମ୍ବନ୍ଧିତ ଖବର