କଳାଧନ ଗଚ୍ଛିତ ମାମଲା କାର୍ତ୍ତିଙ୍କୁ ମିଳିଲା ଆଗୁଆ ଜାମିନ

ନୂଆଦିଲ୍ଲୀ: କଳାଧନ ଗଚ୍ଛିତ ମାମଲାରେ ଆଜି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦମ୍ବରଙ୍କ ପୁଅ କାର୍ତ୍ତିଙ୍କୁ ମାଡ୍ରାସ୍‌ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବିଦେଶରେ ଗଚ୍ଛିତ ରଖିଥିବା ସମ୍ପତ୍ତି ନେଇ କାର୍ତ୍ତି ଘୋଷଣା କରିନଥିବାରୁ ଆୟକର ବିଭାଗ ତାଙ୍କ ନାମରେ ଗିରଫ ପରଓ୍ଵାନା ଜାରି କରିଛି। କାର୍ତ୍ତି ବିଦେଶ ଯାତ୍ରାରୁ ନଫେରିବା ଯାଏଁ ତାଙ୍କ ଗିରଫ ପରଓ୍ଵାନାକୁ ମଧ୍ୟ ସ୍ଥଗିତ ରଖିବା ପାଇଁ କୋର୍ଟ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାରେ ୨୮ ଜୁନ୍‌ ପୂର୍ବରୁ କାର୍ତ୍ତି ଆୟକର ବିଭାଗରେ ହାଜର ହେବେ ବୋଲି ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର