ଚିତାଭସ୍ମକୁ ନେଇ ରାଜନୀତି କରୁଛନ୍ତି ରମଣ ସିଂହ

ବାଜପେୟୀଙ୍କ ଭାଣିଜୀ କରୁଣାଙ୍କ ଅଭିଯୋଗ

ରାୟପୁର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ପରେ ତାଙ୍କ ଚିତାଭସ୍ମକୁ ଦେଶର ଅନେକ ନଦୀରେ ବିସର୍ଜନ କରାଯାଇଛି। ସେହିଭଳି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଦଳର ବରିଷ୍ଠ ନେତା ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ନଦୀରେ ବିସର୍ଜନ ପାଇଁ ଘୋଷଣା କରିଛନ୍ତି। ତେବେ ଏଥିପାଇଁ ତାଙ୍କୁ ସମାଲୋଚନା କରାଯାଇଛି। ବାଜପେୟୀଙ୍କ ଭାଣିଜୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳା ରମଣ ସିଂହଙ୍କୁ ସମାଲୋଚନା କରି କହିଛନ୍ତି, ବିଗତ ୧୦ ବର୍ଷ ହେଲା ସେ ବାଜପେୟୀଙ୍କ ନାଁ ଧରିନଥିଲେ। କିନ୍ତୁ ଏବେ ରାଜନୈତିକ ଫାଇଦା ହାସଲ ଲାଗି ସେ ତାଙ୍କ ଚିତାଭସ୍ମକୁ ବ୍ୟବହାର କରୁଛନ୍ତି। ସେ ଆହୁରି କହିଛନ୍ତି ଯେ ରମଣ ସିଂହ ଗତ ଦଶନ୍ଧି ମଧ୍ୟରେ ବାଜପେୟୀଙ୍କ ନାଁ ତ ଦୂର କଥା, ତାଙ୍କୁ କୌଣସି କଥାରେ ଗୁରୁତ୍ୱ ଦେଇନାହାନ୍ତି। ଏହାକୁ ନେଇ ସେ ଦୁଃଖ ଅନୁଭବ ସହିତ କ୍ରୋଧିତ ହୋଇଥିବା ଦର୍ଶାଇଛନ୍ତି। ଏମିତି କି ବିଜେପି ସରକାରଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ପୂର୍ବରୁ ତାଙ୍କୁ ଗୁରୁତ୍ୱ ଦେଇନଥିବା ବିଜେପି ସରକାର ଏବେ ତାଙ୍କ ପାଇଁ ବିଭିନ୍ନ ସ୍କିମ୍‌ ଆଣୁଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଜେପି ନେତା ରହିଥିବା କରୁଣା ଶୁକ୍ଳା ଏବେ କଂଗ୍ରେସ ପାଇଁ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର