ଚେନ୍ନାଇ: ଡିଏମ୍କେ ସଭାପତି ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଉଦ୍ବେଗଜନକ ରହିଛି। କାବେରୀ ହସ୍ପିଟାଲ୍ରେ ୮ ଦିନ ଚିକିତ୍ସାଧୀନ ରହିବା ପରେ ଆଜି ସେ ଘରକୁ ଫେରିଛନ୍ତି। ଘରେ ତାଙ୍କୁ ୨୪ ଘଣ୍ଟା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ୯୪ ବର୍ଷୀୟ କରୁଣାନିଧି ବୟସାଧିକ୍ୟ ଯୋଗୁ ଅସୁସ୍ଥ ହୋଇପଡ଼ିଛନ୍ତି। ଏହାସହ ମୂତ୍ର ସଂକ୍ରମଣ ଯୋଗୁ ସେ ଜ୍ୱରରେ ମଧ୍ୟ ପୀଡ଼ିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରୁଣାନିଧିଙ୍କ ପରିବାର ସଦସ୍ୟଙ୍କ ସହିତ ସ୍ୱାସ୍ଥ୍ୟାବସ୍ଥା ନେଇ ଫୋନ୍ରେ କଥା ହୋଇଛନ୍ତି ଏବଂ କରୁଣାନିଧିଙ୍କୁ ଦେଖିବାକୁ ଖୁବ୍୍ଶୀଘ୍ର ଚେନ୍ନାଇ ଗସ୍ତ କରିପାରନ୍ତି ବୋଲି ଜଣାପଡ଼ିଛି ।
କରୁଣାନିଧି ଅସୁସ୍ଥ ଭେଟିବାକୁ ଯିବେ ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2018/07/karuna_755_1532691171_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)