ଚେନ୍ନାଇ: ଡିଏମ୍କେ ସଭାପତି ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଉଦ୍ବେଗଜନକ ରହିଛି। କାବେରୀ ହସ୍ପିଟାଲ୍ରେ ୮ ଦିନ ଚିକିତ୍ସାଧୀନ ରହିବା ପରେ ଗତକାଲି ସେ ଘରକୁ ଫେରିଥିଲେ। ଘରେ ତାଙ୍କୁ ୨୪ ଘଣ୍ଟା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। ତେବେ ରାତି ୧୨ଟା ପରେ ହଠାତ କରୁଣାନିଧିଙ୍କ ରାକ୍ତ ଚାପରେ ଦୃତ ଅବନତି ଦେଖାଦେଇଥିଲା। ତାଙ୍କୁ ଘରେ ରହି ୨୪ ଘଣ୍ଟିଆ ଡାକ୍ତରୀ ସେବା ଯୋଗାଇ ଦେଉଥିବା କାବେରୀ ହସ୍ପିଟାଲର ଡାକ୍ତରମାନେ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥରେ ଦୃତ ଅବନତି ଦେଖାଦେଇଥିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ପରେ ରାତି ପ୍ରାୟ ସାଢ଼େ ୧ଟା ବେଳେ କରୁଣାନିଧିଙ୍କୁ ପୁଣି ଥରେ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2018/07/m-karunanidhi-300x200.jpg)
ସୂଚନାଯୋଗ୍ୟ ଯେ, ୯୪ ବର୍ଷିୟ କରୁଣାନିଧି ବୟସାଧିକ୍ୟ ଯୋଗୁ ଅସୁସ୍ଥ ହୋଇପଡ଼ିଛନ୍ତି। ଏହା ସହ ମୂତ୍ର ସଂକ୍ରମଣ ଯୋଗୁ ସେ ଜ୍ୱରରେ ମଧ୍ୟ ପୀଡ଼ିତ ଅଛନ୍ତି। ଗତକାଲି ସାଂସଦ ତଥା କରୁଣାନିଧିଙ୍କ ଝି କାନିମୋଝି,ପୁଅ ଷ୍ଟାଲିନ ପ୍ରମୁଖ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି ବୋଲି କହିବାର କିଛି ସମୟ ପରେ କରୁଣାନିଧି ଅସସ୍ଥ ହୋଇପଡ଼ିଥିଲେ। ଏପରିକି ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କରୁଣାନିଧିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଣାନିଧିଙ୍କ ପରିବାର ସଦସ୍ୟଙ୍କ ସହିତ ସ୍ୱାସ୍ଥ୍ୟାବସ୍ଥା ନେଇ ଫୋନ୍ରେ କଥା ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/karunanidhi-759.jpg)