ଲକ୍ଷ୍ନୌ : ଉତ୍ତରପ୍ରଦେଶର କାଂସଗଞ୍ଜରେ ଦେଖାଦେଇଥିବା ଗୋଷ୍ଠୀ ସଂଘର୍ଷର ତିନି ଦିନ ପରେ ଆଜି ରାଜ୍ୟପାଳ ରାମ ନାଏକ ମୁହଁ ଖୋଲିଛନ୍ତି। ଏପରି ଦୁର୍ଭାଗ୍ୟଜନକ ଘଟଣା ରାଜ୍ୟ ପାଇଁ କଳଙ୍କ ବୋଲି ସେ କହିଛନ୍ତି। ତେବେ ଏଭଳି ହିଂସା ଅତ୍ୟନ୍ତ ଲଜ୍ଜାଜନକ ଏବଂ ରାଜ୍ୟର କୌଣସି ଅଞ୍ଚଳରେ ବି ଏହାର ପୁନରାବୃତ୍ତି ନହେବା ପାଇଁ ପ୍ରଶାସନ ସଜାଗ ରହିବାକୁ ଶ୍ରୀ ନାଏକ ଆହ୍ଵାନ କରିଛନ୍ତି। ଅପରପକ୍ଷେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳର ଏସ୍ପି ସାହି ଏପରି ଘଟଣାକୁ ଅତି ନଗଣ୍ୟ ବୋଲି ଅଭିହିିତ କରିଛନ୍ତି। ଏହାକୁ ଅଯଥାରେ କଶ୍ମୀର ସ୍ଥିତି ସହ ତୁଳନା କରି ଗୁରୁତ୍ୱ ବଢ଼ାଯାଉଛି। ତେବେ ରାଜ୍ୟପାଳଙ୍କ ଏପରି ଉଦ୍ବେଗ ରାଜ୍ୟରେ ଆଇନ ଶୃଙ୍ଖଳା ପରସ୍ଥିତିକୁ ଆଙ୍ଗୁଠି ଦେଖାଇଛି ବୋଲି ଚର୍ଚ୍ଚା ହେଉଛି। ତେବେ ପରିସ୍ଥିତିରେ ମଲମ ମାରିବା ପାଇଁ ରାଜ୍ୟ ସରକାର କାସଗଞ୍ଜର ପୁଲିସ ଅଧୀକ୍ଷକ ସୁନୀଲ୍ କୁମାର ସିଂହଙ୍କୁ ହଟାଇନେଇଛନ୍ତି।
ରାଜ୍ୟ ପାଇଁ କଳଙ୍କ: ରାଜ୍ୟପାଳ
କାଂସଗଞ୍ଜ ହିଂସା ଘଟଣାରେ ହଟିଲେ ଏସ୍ପି
/sambad/media/post_attachments/wp-content/uploads/2018/01/Master-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)