ଲକ୍ଷ୍ନୌ: ଉତ୍ତରପ୍ରଦେଶର କାସଗଞ୍ଜରେ ଜାନୁଆରି ୨୬ରେ ତ୍ରିରଙ୍ଗା ଯାତ୍ରା ଉପରେ ହୋଇଥିବା ଆକ୍ରମଣ ନେଇ ଉତ୍ତେଜନା ଲାଗି ରହିଛି। ପୁରା ସହରରେ ଶୁକ୍ରବାର ଠାରୁ ଧାରା ୧୪୪ ଲଗାଯାଇଛି। ହିଂସା ଥମୁ ନାହିଁ। କର୍ଫ୍ୟୁ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଥିଲେ ମଧ୍ୟ ଆକ୍ରମଣକାରୀମାନେ ଉତ୍ତେଜନା ଜାରି ରଖିଛନ୍ତି।

Advertisment

ଜଣେ ଆଇଜି ଏକ ବିସ୍ମୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ଲୋକମାନେ ମଜା ନେବା ପାଇଁ ଭଙ୍ଗାରୁଜା କରୁଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଆଇଜି ସଞ୍ଜିବ ଗୁପ୍ତା ଏହା କହିଛନ୍ତି। କର୍ଫ୍ୟୁ ବନ୍ଦ କରି ଦିଆଯିବା ନେଇ ମନା କରିଦେବା ପରେ ସଞ୍ଜିବ କହିଛନ୍ତି, ହିଂସା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

publive-image

କାସଗଞ୍ଜରେ ସାଧାରଣତନ୍ତ୍ର ଦିବସ ଅବସରରେ ଶୁକ୍ରବାର ତ୍ରିରଙ୍ଗା ଯାତ୍ରାର ଆୟାଜନ ଚାଲିଥିବା ବେଳେ ୨ଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଚନ୍ଦନ ଗୁପ୍ତା(୧୬) ନାମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥବା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଯିବାରୁ ପୁଲିସ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ପୁଲିସ କହିବା ଅନୁସାରେ କାସଗଞ୍ଜର ନଗର କୋତଓ୍ଵାଲି ଅଞ୍ଚଳରେ ଉଭୟ ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯିବାରୁ ଅନେକ ଗୁଡ଼ିଏ ଯାନବାହାନରେ ନିଆଁ ଲାଗିଛି।

ତ୍ରିରଙ୍ଗା ଯାତ୍ରାରେ ବାହାରି ଥିବା ବେଳେ ପଥର ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ହିଂସା ଦେଖାଯାଇଥିଲା। ସଂଘର୍ଷ ବେଳେ ଉଭୟ ପକ୍ଷରୁ ପଥରମାଡ଼ ହୋଇଥିଲା। ଗୋଷ୍ଠୀ ସଂଘର୍ଷରେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।