କାଶି: ୯୦ ଦଶକରେ ଆତଙ୍କବାଦୀମାନଙ୍କ ଦ୍ବାରା କଶ୍ମୀରର କେତୋଟି ମନ୍ଦିର ଧ୍ବଂସ ପାଇଛି ତାହା ଅନୁଧ୍ୟାନ କରିବା ପାଇଁଁ କାଶୀ ଧର୍ମ ପରିଷଦର ସନ୍ୟାସୀମାନେ ବାରଣାସୀର ସାଧୁ ଓ ସନ୍ୟାସୀମାନଙ୍କୁ ନେଇ ଏକ କମିସନ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି କମିସନର ସଦସ୍ୟମାନଙ୍କୁ କଶ୍ମୀର ପଠାଯାଇ ସେଠାରେ ୧୯୯୦ ଦଶକରେ ଆତଙ୍କବାଦୀମାନଙ୍କ ଆକ୍ରମଣରେ ଭାଙ୍ଗିଯାଇଥିବା ମନ୍ଦିରଗୁଡ଼ିକର ସଂଖ୍ୟା ଆକଳନ କରାଯାଉ ବୋଲି ଦାବି କରିଛନ୍ତି। କଶ୍ମୀର ଉପତ୍ୟକାରେ ସର୍ବମୋଟ କେତୋଟି ମନ୍ଦିର ଧ୍ବଂସ ପାଇଛି ସେ ସଂପର୍କିତ ତଥ୍ୟ ସାମ୍ନାକୁ ଅଣାଯାଉ।
ପାତାଳପୁରୁ ପୀଠେଧିଶ୍ବର ମହନ୍ତ ବାଲକ ଦାସ, ପରିଷଦର ସଭାପତି ମହନ୍ତ ରାମଲୋଚନ ଦାସ, ମହନ୍ତ ସର୍ବେଶ୍ବର ଶରଣ ଦାସ, ମହନ୍ତ ଈଶ୍ବର ଦାସ, ମହନ୍ତ ଅବଧ କିଶୋର ଦାସ, ବ୍ୟାସ ରାଘବ ଋଷି, ଆଚାର୍ଯ୍ୟ ଶ୍ରୀରାମ ଶାସ୍ତ୍ରୀ, କମଲେଶ ଶାସ୍ତ୍ରୀ ଓ ବିଶାଲ ଭାରତ ସଂସ୍ଥାର ସ୍ବେଚ୍ଛାସେବୀମାନେ ବୁଧବାର ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ‘ଦ କଶ୍ମୀର ଫାଇଲ୍ସ’ ଦେଖିବା ପରେ ଏହି ଦାବି ଜଣାଇଛନ୍ତି । କେବଳ ସେତିକି ନୁହେଁ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଗ୍ନିହୋତ୍ରୀ ଓ ତାଙ୍କର ପୂରା ଟିମକୁ ସମ୍ମାନିତ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି କାଶୀ ଧର୍ମ ପରିଷଦ।
କଶ୍ମୀରରେ ମନ୍ଦିର ସବୁର ପୁର୍ନନିର୍ମାଣ ଦାବି କରି ମହନ୍ତ ବାଲକ ଦାସ କହିଛନ୍ତି, ‘କଶ୍ମୀରେ କେତେ ମନ୍ଦିର ଧ୍ବଂସ ପାଇଛି ତାହା ଜାଣିବା ପରେ ତୁରନ୍ତ ପୁର୍ନନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଉଚିତ। ଯେଉଁମାନେ କଶ୍ମୀରର ପଣ୍ଡିତମାନଙ୍କୁ କଶ୍ମୀର ଉପତ୍ୟକାରୁ ଘଉଡ଼ାଇ ଦେବା କାର୍ଯ୍ୟରେ ସଂପୃକ୍ତ ଥିଲେ ସେମାନଙ୍କ ସଂପତ୍ତି ଜବତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରପତିଙ୍କୁ ଭେଟି ସେମାନେ ଏକ ଦାବିପତ୍ର ପ୍ରଦାନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/shitalnathtemple-1613542138-1647494832.jpg)