କଶ୍ମୀର : ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ନେତା ଗିରଫ, ଜଣେ ଆନ୍ଦୋଳନକାରୀ ମୃତ

ଶ୍ରୀନଗର : ପୂର୍ବତନ ରାଜ୍ୟ ଜାମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଠିବା ପରେ ଶ୍ରୀନଗର ସମେତ ରାଜ୍ୟର ଅନେକ ଅଂଚଳରେ ଏବେ ବି କର୍ଫ୍ୟୁ ଲାଗି ରହିଛି । ରାଜ୍ୟରେ ପ୍ରାୟ ୨ ଲକ୍ଷରୁ ଅଧିକ ସୁରକ୍ଷାବଳ ମୁତୟନ ରହିଛନ୍ତି ।

ଶାନ୍ତି ଭଙ୍ଗ ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ରାଜନେତା ଓ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ନେତା ମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, ମେହେବୁବା ମୁଫତି । ଏହାଛଡା ଜାମ୍ମୁ ଓ କଶ୍ମୀର ପିପୁଲ୍ସ କନଫରେନ୍ସ ନେତା ସଜ୍ଜାଦ ଲୋନ ଓ ଇମ୍ରାନ ଅନସାରୀଙ୍କୁ ମଧ୍ୟ ଗିରଫ କରି  ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଛି ।

ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର ବିକ୍ଷୋଭ ଦେଖାଦେଇନଥିବାବେଳେ ଅଳ୍ପ କିଛି ଛୋଟମୋଟ ଆନ୍ଦୋଳନ ଦେଖାଦେଇଛି । ଅଳ୍ପ କେତେକ ସ୍ଥାନରେ ପଥର ମାଡ ଦେଖାଦେଇଛି । ଏଥିରେ ଜଣେ ବ୍ୟକ୍ତି ନିହତ ହେବା ସହ ୬ ଜଣ ଆହତ ହୋଇଛନ୍ତି । ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆଜି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଅତ୍ୟାବଶ୍ୟକ ସେବା ଯୋଗାଣ ଅବ୍ୟାହତ ରହିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର