ଶ୍ରୀନଗର: ସୋମବାର ପ୍ରତ୍ୟୁଷରୁ କଶ୍ମୀର ଉପତ୍ୟକାରେ କର୍ଫ୍ୟୁ ଭଳି କଟକଣା ଜାରି କରାଯାଇଥିବା ଘୋଷଣା କରାଯାଇଛି।
ଶ୍ରୀନଗର ଜିଲ୍ଲାରେ ୨୦୧୯ ଅଗଷ୍ଟ ୫ ତାରିଖ ରାତି ୧୨ଟାରୁ ସରକାର କଟକଣା ଜାରି କରିଛନ୍ତି ଯାହା ପରବର୍ତ୍ତୀ ଆଦେଶ ଯାଏଁ ବଳବତ୍ତର ରହିବ।
ଆଦେଶ ଅନୁସାରେ, ସର୍ବସାଧାରଣ ଚଳାଚଳ କରିପାରିବେ ନାହିଁ। ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହି ଆଦେଶ ଲାଗୁ ହୋଇଥିବା ସମୟରେ ସର୍ବସାଧାରଣ ସଭା ଏବଂ ପଟୁଆର ସମ୍ପୂର୍ଣ୍ଣ ନିଷିଦ୍ଧ। ଆବଶ୍ୟକ ସେବା ଯୋଗାଉ ଥିବା କର୍ମଚାରୀଙ୍କ ଚଳପ୍ରଚଳ ପାଇଁ ପରିଚୟ ପତ୍ରକୁ ପାସ୍ ରୂପେ ବ୍ୟବହାର କରାଯିବ।
କଂଗ୍ରେସ ନେତା ଉସ୍ମାନ ମଜିଦ ଏବଂ ଭାରତୀୟ ମାର୍କସିଷ୍ଟ୍ କମ୍ୟୁନିଷ୍ଟ୍ ପାର୍ଟିର ବିଧାୟକ ଏମ୍ଓ୍ଵାଇ ତାରିଗାମିଙ୍କୁ ଗିରଫ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ଏବଂ ମେହେବୁବା ମୁଫ୍ତିଙ୍କୁ ଗୃହବନ୍ଦୀ ରଖାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ବିଭିନ୍ନ ଅଞ୍ଚଳରେ ବହୁସଂଖ୍ୟକ ସ୍ଥାନୀୟ ପୁଲିସ ଏବଂ ପାରାମିଲିଟାରି ଫୋର୍ସଙ୍କୁ ମୁତୟନ କରାଯାଇଛି। ବଡ଼ି ଭୋର୍ରୁ ପୁଲିସ ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା ଘୋଷଣା କରି ଚାଲିଛନ୍ତି।
ସୋମବାର ଦିନ ଉପତ୍ୟକାରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ପାଠପଢ଼ା ଏବଂ ପରୀକ୍ଷା ବାତିଲ କରାଯାଇଛି।