ବାଇଡେନ୍‌ଙ୍କ ଟିମ୍‌ରେ କାଶ୍ମୀର ବଂଶୋଦ୍ଭବ ମହିଳା ସମୀରା ଫାଜ୍‌ଲି

ୱାସିଂଟନ : କାଶ୍ମୀରରେ ଜନ୍ମିତ ଆୟଶା ଶାହଙ୍କ ପରେ ଆଉ ଜଣେ କାଶ୍ମୀର ମହିଳା ସମୀରା ଫାଜ୍‌ଲି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି। ପୂର୍ବରୁ ଆୟଶା ଶାହ ହ୍ବାଇଟ୍‌ ହାଉସ୍‌ର ଡିଜିଟାଲ ରଣନୀତି ବିଭାଗରେ ପାର୍ଟନରସିପ୍‌ ମ୍ୟାନେଜରଭାବେ ନିଯୁକ୍ତି ପାଇଥିବା ବେଳେ ସମୀରା ଆମେରିକାର ନ୍ୟାସନାଲ ଇକୋନୋମିକ୍‌ କାଉନସିଲ ବା ଏନଇସିର ଉପ ନିର୍ଦ୍ଦେଶିକା ଭାବ‌େ ନିଯୁକ୍ତି ଦିଆଯାଇଛି। କାଶ୍ମୀର ସହ ସଂପର୍କ ଥିବା ଦୁଇ ଦୁଇ ଜଣ ମହିଳାଙ୍କୁ ବାଇଡେନଙ୍କ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ମିଳିଥିବାରୁ ଏହାକୁ ନେଇ କାଶ୍ମୀjରେ ଖୁସିର ଲହରୀ ଖେଳିଯାଇଛି। ଏନଇସିରେ ସମୀରା ମାନୁଫାକ୍‌ଚରିଂ, ଇନୋଭେସନ ଏବଂ ଘରୋଇ ପ୍ରତିଯୋଗିତା କଥା ସେ ବୁଝିବେ। ଏହା ପୂର୍ବରୁ ସମୀରା ଓବାମାଙ୍କ ବେଳେ ଏନଇସିର ବରିଷ୍ଠ ଉପଦେଷ୍ଟା ସମେତ ଟ୍ରେଜେରି ବିଭାଗରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର