ଶ୍ରୀନଗର: ଜମ୍ମୁ କଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ସୁରକ୍ଷାକର୍ମୀ ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶ୍ରୀନଗରଠାରୁ ୫୫ କିମି ଦୂର ଲଉଦରା ଗ୍ରାମରେ କିଛି ଆତଙ୍କବାଦୀଙ୍କ ଗତିବିଧ ସଂକ୍ରାନ୍ତରେ ଖବର ପାଇବାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ୍ ଅପରେସନ୍ କରାଯାଇଥିଲା। ଏହି ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗତକାଲି ସନ୍ଧ୍ୟାରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଆଜି ବଡ଼ି ଭୋର ସମୟରେ ପୁଣି ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କବାଦୀମାନେ କେଉଁ ଗୋଷ୍ଠୀର ତାହା ଜଣାପଡ଼ିନି। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
କଶ୍ମୀର ଏନ୍କାଉଣ୍ଟର, ୨ ଆତଙ୍କବାଦୀ ନିହତ
/sambad/media/post_attachments/wp-content/uploads/2019/10/terrorist-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)