କଶ୍ମୀରରେ ଏନ୍‌କାଉଣ୍ଟର, ଅଲ୍‌ ବଦର୍‌ କମାଣ୍ଡର ଉଲ୍‌ ଇସ୍‌ଲାମ ନିପାତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାବାହିନୀର ‘ଅପରେସନ୍‌ ଅଲ୍‌ ଆଉଟ୍‌’କୁ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରରେ ସକ୍ରିୟ ଥିବା ଅଲ ବଦର୍‌ ଆତଙ୍କବାଦୀ ଗୋଷ୍ଠୀର ଜଣେ ପ୍ରମୁଖ କମାଣ୍ଡର ତଥା ବିସ୍ଫୋରକ ବିଶେଷଜ୍ଞ ଜିନତ୍‌ ଉଲ୍‌ ଇସ୍‌ଲାମ ଏବଂ ତା’ର ଜଣେ ସହଯୋଗୀକୁ ସୁରକ୍ଷା ବାହିନୀ ନିପାତ କରିଛି। କୁଲଗାମ ଜିଲ୍ଲାର କଟପୋରାର ଏକ ଘରେ ଉଲ୍‌ ଇସଲାମ ଓ ତା’ର ସହଯୋଗୀ ଲୁଚିଥିବା ଖବର ପାଇଁ ସେନା ବାହିନୀ ସମଗ୍ର ଅଂଚଳକୁ ଘେରିଯାଇଥିଲେ। ୨ ଘଣ୍ଟାର ଗୁଳି ବିନିମୟ ପରେ ୨ ଆତଙ୍କବାଦୀ ନିପାତ ହୋଇଥିଲେ। ଘଟଣାସ୍ଥଳରେ ବିପୁଳ ପରିମାଣର ବିସ୍ଫୋରକ ଏବଂ ବନ୍ଧୁକ ଜବତ ହୋଇଛି।

ସମ୍ବନ୍ଧିତ ଖବର