କଶ୍ମୀର ଆଇଏଏସ୍‌ ଅଧିକାରୀ ଶାହ ଫଏଜଲ୍‌ଙ୍କ ଇସ୍ତଫା

ଏନ୍‌ସିରେ ଯୋଗ ଦେବେ!

ଶ୍ରୀନଗର : କଶ୍ମୀରର ଆଇଏଏସ୍‌ ଅଫିସର ଶାହ ଫଏଜଲ୍‌ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବାପାଇଁ ଫଏଜଲ୍‌ ଏନ୍‌ସି (ନ୍ୟାସନାଲ୍‌ କନ୍‌ଫରେନ୍ସ) ଦଳରେ ଯୋଗ ଦେଇ ପାରନ୍ତି ବୋଲି ଏକ ବିଶେ‌ଷ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଫଏଜଲ୍‌ ନିଜ ଇସ୍ତଫା ବାବଦରେ ଆଜି ଟ୍ବିଟର୍‌ ମାଧ୍ୟମରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ କଶ୍ମୀରରେ ‌ଘଟୁଥିବା ଲଗାତାର ହତ୍ୟାକାଣ୍ଡ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଉନଥିବାରୁ ଏହାକୁ ବିରୋଧ କରି ସେ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି। ଏନ୍‌ସି ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଫଏଜଲ୍‌ଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି। ଫଏଜଲ୍ ସରକାରଙ୍କୁ ତାଙ୍କ ଇସ୍ତଫା ପତ୍ର ଦେଇଥିବା ଜଣାପଡ଼ିଛି। ବିଭିନ୍ନ ସୁତ୍ରରୁ ଜଣାପଡ଼ିଛି ଯେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଫଏଜଲ୍‌ ଏନ୍‌ସି ପ୍ରାର୍ଥୀ ହୋଇପାରନ୍ତି। ୨୦୦୯ ମସିହାରେ ଫଏଜଲ୍‌ ସିଭିଲ୍‌ ସର୍ଭିସ୍‌ ଟପର ହୋଇଥିଲେ। ଫଏଜଲ୍‌ ମଧ୍ୟ ପ୍ରଥମ ଅମଲା ଭାବେ ଧାରା ୩୫-ଏ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର