କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର, ଭାରତକୁ ଟାର୍ଗେଟ କରିବାର କୌଣସି ଯୋଜନା ନାହିଁ : ତାଲିବାନ

କାବୁଲ : କଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ତାଲିବାନ ହସ୍ତକ୍ଷେପ କରିବ ନାହିଁ କିମ୍ବା କଶ୍ମୀରରେ ଚାଲିଥିବା ଆତଙ୍କବାଦରେ ସାମିଲ ହେବ ନାହିଁ ବୋଲି ତାଲିବାନ ସ୍ପଷ୍ଟ କରିଦେଇଛି ।

ଦୁଇଦିନ ତଳେ ସୋସିଆଲ ମିଡିଆରେ ତାଲିବାନ ମୁଖପାତ୍ର ଜବୁହୁଲ୍ଲା ମୁଜାହିଦଙ୍କ ନାଁରେ ଏକ ପୋଷ୍ଟ ପ୍ରକାଶିତ ହୋଇଥିଲା ଯେ କଶ୍ମୀର ସଂମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଭାରତ ସହ ତାଲିବାନର ମିତ୍ରତା ସମ୍ଭବ ନୁହେଁ । ଏହି ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଥିଲା ଯେ କାବୁଲ ଅଧିକାର ପରେ ତାଲିବାନ କଶ୍ମୀର ଅଧିକାର କରିବ ।

କିନ୍ତୁ ଏହି ଲେଖା ଉପରେ ଆଜି ତାଲିବାନର ସ୍ପଷ୍ଟୀକରଣ ଆସିଛି । ତାଲିବାନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି ଯେ ଗଣମାଧ୍ୟମରେ ପ୍ରକାଶିତ ଏହି ରିପୋର୍ଟରେ ସତ୍ୟତା ନାହିଁ । କଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଇସ୍ଲାମିକ ଏମିରେଟ୍ସ (ତାଲିବାନ ) ହସ୍ତକ୍ଷେପ କରିବ ନାହିଁ କିମ୍ବା କଶ୍ମୀରରେ ଚାଲିଥିବା ଆତଙ୍କବାଦରେ ସାମିଲ ହେବ ନାହିଁ ।

ଏହି ସୋସିଆଲ ମିଡିଆ ପୋଷ୍ଟ ଆସିବା ପରେ ଭାରତ କୂଟନୈତିକ ସ୍ତରରେ ତାଲିବାନ ସହ ଯୋଗାଯୋଗ କରିବା ପରେ ଉକ୍ତ ଖବରକୁ ତାଲିବାନ ଅସ୍ୱୀକାର କରିଥିଲା । ତାହା ତାଲିବାନର ଔପଚାରିକ ଆଭିମୁଖ୍ୟକୁ ପ୍ରକାଶ କରେ ନାହିଁ ବୋଲି ତାଲିବାନ ପକ୍ଷରୁ ଭାରତକୁ କୁହାଯାଇଛି ।

ସମ୍ବନ୍ଧିତ ଖବର