ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରସିଦ ମଙ୍ଗଳବାର କହିଛନ୍ତି ଯେ କାଶ୍ମୀର ଗାଜା ନୁହେଁ। ସେ ପୂର୍ବରୁ କାଶ୍ମୀରର ପଥରମାଡ଼କାରୀଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଥିବା ନେଇ ପଚରାଯିବାରୁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେହଲା ରସିଦ କହିଛନ୍ତି, ହଁ, ସେ ୨୦୧୦ରେ ପଥରମାଡ଼କାରୀଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଥିଲେ।

Advertisment

ରଶିଦ କହିଥିଲେ, କିନ୍ତୁ ଆଜି ଯେତେବେଳେ ମୁଁ ଏହାକୁ ଦେଖୁଛି, ଆଜିର ପରିସ୍ଥିତି ପାଇଁ ମୁଁ ଅଧିକ କୃତଜ୍ଞ। ଏହା ସ୍ପଷ୍ଟ ହୋଇଛି ଯେ କାଶ୍ମୀର ଗାଜା ନୁହେଁ, କାରଣ କଶ୍ମୀର କେବଳ ପଛକୁ ପଛ ଚାଲିଥିବା ପ୍ରତିବାଦ, ବିଦ୍ରୋହ ଏବଂ ଅନୁପ୍ରବେଶର ବିକ୍ଷିପ୍ତ ଘଟଣାରେ ସମ୍ପୃକ୍ତ ଥିଲା। ଜମ୍ମୁ-କାଶ୍ମୀରରେ ହୋଇଥିବା ପରିବର୍ତ୍ତନ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନୀତିକୁ ଶ୍ରେୟ ଦେଇ‌ଛନ୍ତି। ବିନା ରକ୍ତପାତରେ ସେମାନେ ଏହାର ଏକ ରାଜନୈତିକ ସମାଧାନକୁ ସୁନିଶ୍ଚିତ କରିଛନ୍ତି ବୋଲି ରଶିଦ କହିଛନ୍ତି।

ତେବେ ରଶିଦ ଜମ୍ମୁ-କାଶ୍ମୀର ସ୍ଥିତିକୁ ପ୍ରଶଂସା କରିବା ଏହା ପ୍ରଥମ ନୁହେଁ। ୨୦୧୯ ଅଗଷ୍ଟ ୫ତାରିଖରେ ଜମ୍ମୁ-କାଶ୍ମୀରର ସ୍ବୟଂଶାସିତ ରାଜ୍ୟ ମାନ୍ୟତା ଉଚ୍ଛେଦ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଥିବା ରଶିଦ ଚଳିତ ବର୍ଷ ଅଗଷ୍ଟରେ ଉପତ୍ୟକାରେ ମାନବାଧିକାର ସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏବଂ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।