ଗୃହବନ୍ଦୀ ଥିବା କଶ୍ମୀର ରାଜନେତାଙ୍କୁ ଜଣ ଜଣ କରି ମୁକ୍ତ କରାଯିବ : ରାଜ୍ୟପାଳଙ୍କ ପରାମର୍ଶଦାତା

ଶ୍ରୀନଗର : ଗତ ଅଗଷ୍ଟ ୫ରେ ଭାରତ ସରକାର କଶ୍ମୀର ଉପରୁ ଧାରା ୩୭୦ ଉଠାଇବା ପରେ ଗୃହବନ୍ଦୀଥିବା କଶ୍ମୀରର ନେତାମାନଙ୍କୁ ଜଣ ଜଣ କରି ମୁକ୍ତ କରାଯିବ ବୋଲି ଜମ୍ମୁ ଓ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା ଫାରୁକ ଖାଁ କହିଛନ୍ତି । ସେ କହିଛନ୍ତି ଯେ ପ୍ରତି ବ୍ୟକ୍ତିଙ୍କ ଉପରେ ବିଚାରବିମର୍ଷ କରାଯିବା ପରେ ଜଣ ଜଣ କରି ମୁକ୍ତ କରାଯିବ । ଗତ କାଲି ସରକାର ଜମ୍ମୁରେ ଗୃହବନ୍ଦୀଥିବା ନେତାମାନଙ୍କୁ ମୁକ୍ତ କରିଦେଇଥିଲେ ।
ଭାରତ ସରକାର ଗତ ଅଗଷ୍ଟ ୫ରେ ଭାରତ ସରକାର କଶ୍ମୀର ଉପରୁ ଧାରା ୩୭୦ ଉଠାଇଦେଇଥିଲେ । ଏହା ସହିତ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ତେବେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ଜମ୍ମୁ ଓ କଶ୍ମୀରର ନେତାମାନଙ୍କୁ ଗୃହବନ୍ଦୀ କରି ରଖିଥିଲେ । ଗୃହବନ୍ଦୀ ଥିବା ନେତାଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ମେହେବୁବା ମୁଫତି ଓ ଓମର ଅବଦୁଲ୍ଲା, ସଜ୍ଜାଦ ଲୋନ ପ୍ରମୁଖ ।

ସମ୍ବନ୍ଧିତ ଖବର