କାଶ୍ମୀରକୁ ନେଇ ଗୁଗଲ୍‌ର ଭିନ୍ନ ମାନଚିତ୍ର : ପିଓକେକୁ ବିବାଦୀୟ ଅଞ୍ଚଳ ଦର୍ଶାଇଲା

ନୂଆଦିଲ୍ଲୀ : କାଶ୍ମୀରକୁ ନେଇ ଗୁଗଲ୍‌ ଭାରତରେ ଏକ ମାନଚିତ୍ର ଦେଖାଉଥିବା ବେଳେ ଭାରତ ବାହାରେ ଆଉ ଏକ ମାନଚିତ୍ର ଦେଖାଉଛି। ଏହି ସର୍ଚ୍ଚ ଇଞ୍ଜିନ ଭାରତ ମଧ୍ୟରେ କାଶ୍ମୀରକୁ ଭାରତର ଅଞ୍ଚଳ ବୋଲି ଦର୍ଶାଉଥିବା ବେଳେ ଭା‌ରତ ବାହାରେ ଏହାକୁ (ପାକ୍‌ ଅଧିକୃତ କାଶ୍ମୀର) ବିବାଦୀୟ ଅଞ୍ଚଳ ବୋଲି ଦର୍ଶାଉଛି। ୱାସିଂଟନ ପୋଷ୍ଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଗୁଗଲ୍‌ ଭାରତ ମଧ୍ୟରେ କାଶ୍ମୀରକୁ ସମ୍ପୂର୍ଣ୍ଣ ଭାରତର ଦେଖାଉଛି। କିନ୍ତୁ ଭାରତ ବାହାରେ ଏହ‌ାକୁ ବିବାଦୀୟ ବୋଲି ଦେଖାଉଛି। ପାକିସ୍ତାନରେ ଗୁଗଲ୍‌ କାଶ୍ମୀରର ଏକ ଅଂଶକୁ ପାକ୍‌ ଅଧିକୃତ କାଶ୍ମୀର ବୋଲି ଦେଖାଉଥିବାବେଳେ ଭାରତରେ ପିଓକେ ଦର୍ଶାଯାଉନାହିଁ। ତେବେ ବିବାଦୀୟ ଅଞ୍ଚଳକୁ ମାନଚିତ୍ରରେ ଦର୍ଶାଇବା ପାଇଁ ଗୁଗୁଲର ଏକ ଅନ୍ତର୍ଜାତୀୟ ନୀତି ରହିଛି। ଏଣୁ ବିବାଦୀୟ ଅଞ୍ଚଳକୁ ନେଇ ଗୁଗୁଲ ଅଧିକ ସଚେତନ ବୋଲି ଗୁଗଲର ଜଣେ ମୁଖପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର