ଶ୍ରୀନଗର : କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂର ପ୍ରତିବାଦରେ ଆଜକୁ ୪୨ ଦିନ ହେବ ଏହି ପଣ୍ଡିତମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ରହିଛନ୍ତି। ଏହି କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଯୋଜନା ଅନୁଯାୟୀ କାଶ୍ମୀରରେ ସରକାରୀ ସେବାରେ ନିଯୁକ୍ତ ହୋଇଥିଲେ। ଆତଙ୍କବାଦୀମାନେ ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିବା ପରଠାରୁ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା। ସମସ୍ତେ ରିଲିଫ୍ ବିଭାଗ ସହିତ ଅତି କମ୍ରେ ତିନି ବର୍ଷ ପାଇଁ ଜମ୍ମୁକୁ ସ୍ଥାନାନ୍ତରିତ ହେବା ସହ ଜମ୍ମୁ ବିଦ୍ୟାଳୟରେ ନିଜ ପିଲାମାନଙ୍କ ଆଡ୍ମିଶନ୍ ପାଇଁ ଦାବି କରିଛନ୍ତି। ପିଏମ୍ ପ୍ୟାକେଜ୍ରେ ନିଯୁକ୍ତ ପ୍ରାୟ ୧୨,୫୦୦ କାଶ୍ମୀର ପଣ୍ଡିତ କର୍ମଚାରୀ ମେ ୧୨ରୁ କାର୍ଯ୍ୟକ୍ଷେତ୍ରକୁ ଯାଇ ନାହାନ୍ତି। ଉକ୍ତ ହତ୍ୟାକାଣ୍ଡ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି ଏବଂ ଆମେ ଏଠାରେ ନିଜକୁ ନିରାପଦ ମନେ କରୁନାହୁଁ ବୋଲି କାଶ୍ମୀର ପଣ୍ଡିତମାନେ କହିଛନ୍ତି।
ଟାର୍ଗେଟ କିଲିଂ ପ୍ରତିବାଦରେ ଦେଢ଼ମାସ ହେବ କାଶ୍ମୀର ପଣ୍ଡିତ ଅଫିସ ଯାଉନାହାନ୍ତି
/sambad/media/post_attachments/wp-content/uploads/2022/06/kashmir-pandit-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)