ଶ୍ରୀନଗର: ଜମ୍ମୁ କଶ୍ମୀରରେ ଜଣେ ସେନା ଯବାନ ଆଜି ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଯବାନ ଜଣକ ଓଡ଼ିଶାର ବୋଲି ଜଣାଯାଇଛି। ଜମ୍ମୁ ଜିଲ୍ଲାର ଆର୍ଏସ୍ପୁରା ବେଲ୍ଟରେ ୧୧୮ ମିଡିୟମ ରେଜିମେଣ୍ଟର ଲାନ୍ସ ନାଇକ ଥିବା ପ୍ରଭାସ କୁମାର ମିଶ୍ର ନିଜ ଆଇଏନ୍ଏସ୍ଏଏସ୍ ସର୍ଭିସ ରାଇଫଲକୁ ମୁଣ୍ଡରେ ରଖି ଗୁଳି ଚାଳନା କରିଥିଲେ। ତାଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜି ତାଙ୍କର ମୃତ୍ୟୁ ହୋଇଛି। ଆର୍ଏସ୍ପୁରା ପୁଲିସ ଷ୍ଟେସନ୍ ଅଞ୍ଚଳର ଛଲ୍ଲା ଗ୍ରାମ ନିକଟରେ କାର୍ଯ୍ୟରତ ଥିବା ପ୍ରଭାସ କୁଞ୍ଜଓ୍ଵାରି ସେନା କ୍ୱାର୍ଟରରେ ସପରିବାର ରହୁଥିଲେ। ତେବେ କେଉଁ କାରଣ ପାଇଁ ସେ ଏପରି ଜୀବନ ହାରିବା ନିଷ୍ପତ୍ତି ନେଲେ, ତା’ର କାରଣ ସ୍ପଷ୍ଟ ହୋଇନାହିଁ। ସବ୍ ଡିଭିଜନାଲ ପୁଲିସ ଅଫିସର ସୁରିନ୍ଦର ଚୌଧୁରୀ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି।
କଶ୍ମୀରରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2017/12/Jawaan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)