ପୁଣି ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର : କଶ୍ମୀର ଘାଟିରେ ପୁଣି ଜଣେ ପଣ୍ଡିତଙ୍କ ହତ୍ୟା ହୋଇଛି । ଜମ୍ମୁ ଓ କଶ୍ମୀର ସରକାରଙ୍କ ରାଜସ୍ବ ବିଭାଗରେ କାମ କରୁଥିବା ରାହୁଲ ଭଟ୍ଟଙ୍କୁ ସଂଦିଗ୍ଧ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କଶ୍ମୀରର ଛାଦୁରାଠାରେ ଥିବା ତହସିଲ ଅଫିସରେ କାର୍ଯ୍ୟ କରୁଥିବା ରାହୁଲଙ୍କୁ ଗୁରୁବାରଦିନ କେତେକ ସଂଦିଗ୍ଧ ଆତଙ୍କବାଦୀ ଗୁଳି କରି ଫେରାର ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପରେ ସଂପୃକ୍ତ ଅଂଚଳକୁ ସୁରକ୍ଷା ବଳ ଘେରି ରହିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବାକୁ ପୁଲିସ ଓ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଛି ।

ଅନ୍ୟପକ୍ଷରେ କଶ୍ମୀର ଘାଟିରେ ବାରମ୍ବାର ପଣ୍ଡିତ ସଂପ୍ରଦାୟର ଲୋକମାନଙ୍କୁ ହତ୍ୟା କରାଯାଉଥିବାରୁ କଂଗ୍ରେସ ଚିନ୍ତା ପ୍ରକଟ କରିଛି । କଂଗ୍ରେସ ନେତା ଅଶ୍ବୀନି ହଣ୍ଡା କହିଛନ୍ତି ଯେ ସରକାର ସଂଖ୍ୟାଲଘୁ ପଣ୍ଡିତ ମାନଙ୍କ ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି ।

ଗତ ଏପ୍ରିଲ ମାସରେ କଶ୍ମୀର ପଣ୍ଡିତ ବାଳକୃଷ୍ଣଙ୍କୁ ତାଙ୍କ ମେଡିକାଲ ଷ୍ଟୋରରେ ହତ୍ୟା କରାଯାଇଥିଲା । ସେହି ମାସରେ ତାଙ୍କ ସହିତ ମୋଟ ୪ ଜଣ ୫ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଥିଲା ।

ସମ୍ବନ୍ଧିତ ଖବର