କଶ୍ମୀର ପଣ୍ଡିତଙ୍କ ସୁରକ୍ଷା ଚିନ୍ତା, ଜୁନ ୬ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ନିଆଯିବ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢିଚାଲିଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଏହାକୁ ଦୃଷ୍ଟି ରଖି କଶ୍ମୀର ପଣ୍ଡିତମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଜମ୍ମୁ ଓ କଶ୍ମୀର ସରକାର ଚିନ୍ତା କରୁଛନ୍ତି । ଜୁନ ୬ ମଧ୍ୟରେ ସବୁ ପଣ୍ଡିତ ପରିବାରକୁ ସୁରକ୍ଷିତ ସ୍ଥାନକୁ ନେବାକୁ ଉପ-ରାଜ୍ୟପାଳଙ୍କ ଅଫିସ ପକ୍ଷରୁ ଧାର୍ଯ୍ୟକରାଯାଇଛି ।

ଘାଟିରେ ପଣ୍ଡିତମାନଙ୍କ ସୁରକ୍ଷା ସଂପର୍କରେ ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଏକ ଜରୁରୀ ବୈଠକ ଡାକି ସମୀକ୍ଷା କରିଛନ୍ତି । ଜୁନ ୬ ମଧ୍ୟରେ ପଣ୍ଡିତମାନଙ୍କ ସ୍ଥାନାନ୍ତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।

ଗତ କିଛି ମାସ ହେଲା କଶ୍ମୀର ପଣ୍ଡିତମାନଙ୍କ ଉପରେ ଅନେକ ଥର ଆକ୍ରମଣ ପରେ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖୋଦ ପଣ୍ଡିତମାନେ ସରକାରଙ୍କୁ ସେମାନଙ୍କ ସୁରକ୍ଷା ବାବଦରେ ପ୍ରଶ୍ନ ପଚାରୁଛନ୍ତି । ସରକାର କୌଣସି ପଦକ୍ଷେପ ନ ନେଲେ କଶ୍ମୀର ଘାଟିରୁ ପଳାୟନ କରିବାକୁ ଚେତାବନୀ ଦେଇଛନ୍ତି ।

ଗତ ମଙ୍ଗଳବାରଦିନ କୁଲଗାମଠାରେ ୩୬ ବର୍ଷୀୟ ଶିକ୍ଷୟିତ୍ରୀ ରଜନି ବାଲାଙ୍କୁ ଆତଙ୍କହବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।  ଏହା ପୂର୍ବରୁ ମେ ୧୨ ରେ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କ ଗୁଳି କରି ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର