ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବାର ଦୀର୍ଘ ୭ ମାସ ପରେ ଆଜି ଜମ୍ମୁ କାଶ୍ମୀରରେ ସମସ୍ତ ସ୍କୁଲ୍ ଗୁଡ଼ିକ ପୁନର୍ବାର ଖୋଲିଛି। ଗତବର୍ଷ ନଭେମ୍ବରରେ ସରକାର ଜମ୍ମୁ କାଶ୍ମୀରରେ ସମସ୍ତ ସ୍କୁଲ୍ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ମାତ୍ର ଅଳ୍ପ କେତେକ ସ୍କୁଲ୍ ଖୋଲିବାରେ ସରକାର ସକ୍ଷମ ହୋଇଥିଲେ। କାଶ୍ମୀରରେ ସାଧାରଣତଃ ଶୀତକାଳୀନ ଛୁଟି ୩ ମାସ ପାଇଁ ହୋଇଥାଏ କିନ୍ତୁ ଗତବର୍ଷ ଅଗଷ୍ଟରୁ କାଶ୍ମୀରରେ ସ୍କୁଲ୍ ଗୁଡ଼ିକ ବନ୍ଦ ରହିଛି। ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ପୁଣିଥରେ ସ୍କୁଲ୍ ଆସିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତ ସପ୍ତାହରୁ ଅନେକ ସଂଖ୍ୟାରେ ଛାତ୍ର ଆସି ସ୍କୁଲ୍ରେ କେମିତି ପ୍ରସ୍ତୁତି କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥା କରାଯାଇଛି ତାହା ଦେଖିଛନ୍ତି।
୭ ମାସ ପରେ ଖୋଲିଲା କାଶ୍ମୀର ସ୍କୁଲ୍
/sambad/media/post_attachments/wp-content/uploads/2020/02/school-kashmir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)