କଶ୍ମୀର ସ୍ଥିତି ସାଂଘାତିକ

ଶ୍ରୀନଗର : କଶ୍ମୀର ଘାଟିରେ ପଥର ଫିଙ୍ଗାଳିଙ୍କ ଆକ୍ରମଣରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଜି ଏ ବାବଦରେ ଗୃହ ମନ୍ତ୍ରାଳୟର ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି। ଶ୍ରୀନଗରରୁ ଏ ସଂକ୍ରାନ୍ତ ବିସ୍ତତ ରିପୋର୍ଟ ମଗାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କେତେକ ସ୍ୱତନ୍ତ୍ର ବନ୍ଦୋବସ୍ତ ସହିତ ଆକ୍ରମଣକାରୀଙ୍କୁ ଦମନ କରିବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। କଶ୍ମୀରରେ ଖୁବ୍‌୍‌ଶୀଘ୍ର ସୁରକ୍ଷା ନୀତି ବଦଳିବ ଏବଂ ନୂଆ ନୀତିରେ ସୁରକ୍ଷା ବାହିନୀକୁ ଅଧିକ କ୍ଷମତା ମିଳିବ ବୋଲି ସୂଚନା ମିଳିଛି।
ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଜମ୍ମୁ କଶ୍ମୀରରେ ବିଜେପି-ପିଡିପି ସରକାରଙ୍କ ଅଡ଼ୁଆ ବଢ଼ିଛି। ଗତକାଲି ପଥର ଆକ୍ରମଣରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬ ଜଣ ଆହତ ହୋଇଥିଲେ। ଏହି ଘଟଣା ମାନବତା ପାଇଁ ଏକ କଳଙ୍କ ବୋଲି ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌୍‌ତି କହିଛନ୍ତି। ବିରୋଧୀ ଦଳଗୁଡ଼ିକ ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଘାଟିରେ ଏବେ ସ୍ଥିତି ଉଦ୍‌୍‌ବେଗଜନକ ରହିଛି।

ସମ୍ବନ୍ଧିତ ଖବର