ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବା ହେତୁ ରାଜ୍ୟ ସରକାର ଅମରନାଥ ଯାତ୍ରୀମାନଙ୍କୁ ଜମ୍ମୁ, ପଠାନ୍‌କୋଟ କିମ୍ବା ଦିଲ୍ଲୀ ନେଇଯିବାକୁ ଭାରତୀୟ ବାୟୁସେନା ଅନୁରୋଧ କରିଛନ୍ତି। ଜମ୍ମୁ ଓ ପଠାନ୍‌କୋଟ୍‌ରେ ବିମାନବନ୍ଦର ଥିବାରୁ ସେଠାରୁ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅମରନାଥ ଯାତ୍ରୀ ଘରକୁ ସହଜରେ ଫେରି ପାରିବେ।

Advertisment

ଜମ୍ମୁ-କଶ୍ମୀରର ଜନୈକ ସରକାରୀ ପ୍ରବକ୍ତାଙ୍କ କହିବା ଅନୁସାରେ, ବାୟୁସେନାକୁ ସି-୧୭ ପରିବହନ ବିମାନ ସେବା ଯୋଗାଇ ଦେବାକୁ ରାଜ୍ୟସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ବାୟୁସେନା ପକ୍ଷରୁ ଖୁବ୍‌ ଶୀଘ୍ର ଅମରନାଥଯାତ୍ରୀଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

publive-image

ଉଲ୍ଲେଖଯୋଗ୍ୟ କି, ବର୍ତ୍ତମାନ ସି-୧୭ ବିମାନ ଦ୍ୱାରା ଜମ୍ମୁ-କଶ୍ମୀରକୁ ଦେଶର ବିଭିନ୍ନ ସ୍ଥାନରୁ ଅର୍ଦ୍ଧସାମରିକ ବଳର ଯବାନଙ୍କୁ ନିଆଯାଉଛି।

ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ବିମାନ ଏକାଥରକରେ ୨୩୦ ଜଣ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟରେ ପହଞ୍ଚାଇ ପାରିବ। ସୂଚନାଯୋଗ୍ୟ ଯେ, ଏହି ବିମାନ ଋଷ ନିର୍ମିତ ଲ୍ୟୁସିନ୍‌-୭୬ ପରିବହନ ବିମାନଠାରୁ ଅଧିକ ବେଗରେ ଗତି କରିବା ସହ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ନେବାର କ୍ଷମତା ରଖେ।