ଦୀର୍ଘ ୩୦ ବର୍ଷ ପରେ କାଶ୍ମୀର ଉପତ୍ୟାକାରେ ଖୋଲିବ ଫିଲ୍ମ ହଲ୍‌

ଶ୍ରୀନଗର : ଦୀର୍ଘ ୩୦ ବର୍ଷ ପରେ କାଶ୍ମୀର ଉପତ୍ୟାକାର ଲୋକମାନେ ବଡ଼ ପରଦାରେ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇପାରିବେ । ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଶ୍ରୀନଗରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଏକ ମଲଟିପ୍ଲେକ୍ସ ପ୍ରକଳ୍ପ ଖୋଲିବାକୁ ମଂଜୁରୀ ଦେଇଛନ୍ତି । ୧୯୮୯ରେ କାଶ୍ମୀରରେ ଆତଙ୍କବାଦ ଆରମ୍ଭ ହେବା ପରେ ଫିଲ୍ମ ହଲ ଗୁଡିକ ବନ୍ଦ ହୋଇଯାଇଥିଲା । ଆତଙ୍କବାଦୀମାନେ ଶ୍ରୀନଗର, ବାରାମୁଲା, ସାପୋର, ହାଣ୍ଡଓ୍ଵାରା, ଅନନ୍ତନାଗ ଆଦି ଅଞ୍ଚଳରେ ଥିବା ହଲ ଗୁଡ଼ିକୁ ବଳପୂର୍ବକ ବନ୍ଦ କରିଦେଇଥିଲେ । ଚଳଚ୍ଚିତ୍ରଗୁଡ଼ିକ ଇସଲାମ ବିରୋଧୀ ବୋଲି ଦର୍ଶାଇ ସେମାନେ ଶ୍ରୀନଗରେ ଥିବା ବିଭିନ୍ନ ଲୋକପ୍ରିୟ ପ୍ରେକ୍ଷାଳୟଗୁଡ଼ିକୁ ଜଳାଇ ଦେଇଥିଲେ । ସେବେଠାରୁ କାଶ୍ମୀରରେ କୌଣସି ଫିଲ୍ମହଲ ନାହିଁ । ଲୋକମାନେ ଫିଲ୍ମ ଦେଖିବା ପାଇଁ ଇଣ୍ଟରନେଟ କିମ୍ବା ୩୦୦ କିମି ଦୂର ଜାମ୍ମୁକୁ ଯାଉଛନ୍ତି । ପୂର୍ବରୁ ଫାରକ ଅବଦୁଲ୍ଲା ସରକାର ଉପତ୍ୟାକାରେ ଫିଲ୍ମ ହଲ ଖୋଲିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ସମ୍ବନ୍ଧିତ ଖବର