ବହି ବାନ୍ଧୁ ବାନ୍ଧୁ ଭଲ ପାଇବସିଲେ କାଶ୍ମୀରର ଏହି ଯୁବକ, ଏବେ ହେବେ ଅଫିସର

ଶ୍ରୀନଗର: କୁହାଯାଏ ଲକ୍ଷ୍ୟ ହାସଲ ପାଇଁ ଲୋଡ଼ା ଦୃଢ଼ ମନୋବଳ, ଆଉ ପ୍ରଚଣ୍ଡ ପ୍ରତିଜ୍ଞା ଆଗରେ ହାର ମାନିଥାଏ ପ୍ରତିବନ୍ଧକ । କିଛି ଏଭଳି କଥାକୁ ଏବେ ପ୍ରମାଣିତ କରି ଦେଖାଇଛନ୍ତି ଜାମ୍ମୁ କାଶ୍ମୀରର ଯୁବକ ସୁରେଶ ସିଂ | କାଶ୍ମୀର ପ୍ରଶାସନିକ ସେବାରେ ୧୦ମ ରାଙ୍କ ପାଇଛନ୍ତି ଏହି ଯୁବକ | ଆସନ୍ତୁ ଜାଣିବା କିଭଳି ଥିଲା ସୁରେଶଙ୍କର ପ୍ରୟାସ |

ଜାମ୍ମୁ କାଶ୍ମୀରର ଉଦ୍ଦାମପୁର | ଏହି ଗାଁରେ ସୁରେଶ ରହୁଥିବାବେଳେ ପରିବାରର ପ୍ରତିପୋଷଣ କରିବା ପାଇଁ ପୁସ୍ତକ ବନ୍ଧେଇ କରିଥାନ୍ତି | ତେବେ ବହି ବନ୍ଧେଇ କରୁକରୁ ବହି ପ୍ରତି ଏକ ଆକର୍ଷଣ ସୃଷ୍ଟି ହୋଇଯାଇଥିଲା | କେତେବେଳେ ବହି ପଢିବା ତାଙ୍କର ନିଶା ପାଲଟିଗଲା ଖୋଦ ସୁରେଶ ମଧ୍ୟ ଜାଣିପାରିନଥିଲେ |

ପରେ ଜମ୍ମୁକାଶ୍ମୀର ପ୍ରଶାସନିକ ସେବା ପାଇଁ ସୁରେଶ ଆବେଦନ କରି ପରୀକ୍ଷା ଦେଇଥିଲେ | ବହି ପ୍ରତି ଥିବା ଭଲ ପାଇବା ଓ ଅଦମ୍ୟ ପରିଶ୍ରମ ଯୋଗୁଁ ସୁରେଶ ସଫଳତା ପାଇଛନ୍ତି | ଏହି ଅବସରରେ ସୁରେଶ କହିଛନ୍ତି ଯେ ଲଗାତାର ଚେଷ୍ଟା କରିବା ପରେ ଏଭଳି ସଫଳତା ମିଳିଛି ବାପା-ମାଙ୍କ ଆଶୀର୍ବାଦ ସହ ସେମାନଙ୍କ ଉପଦେଶ ଯୋଗୁଁ ପରୀକ୍ଷାରେ ସଫଳତା ମିଳିବା ସହଜ ହୋଇଛି ବୋଲି ସୁରେଶ କହିଛନ୍ତି |

ସମ୍ବନ୍ଧିତ ଖବର