ପୁଲ୍‌ଓ୍ଵାମା ଆକ୍ରମଣ ପରେ କୋଲ୍‌କାତା ଛାଡ଼ିବାକୁ କଶ୍ମୀରୀ ଡାକ୍ତରଙ୍କୁ ଧମକ; ସୁରକ୍ଷା ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ

କୋଲ୍‌କାତା: ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ କେତେକ ଲୋକ ତାଙ୍କ ଘରକୁ ଆସି ସହର ଛାଡ଼ିବାକୁ ଧମକ ଦେଇଥିବା କଥା କୋଲ୍‌କାତାରେ ବାସ କରୁଥିବା ଜଣେ କଶ୍ମୀରୀ ଡାକ୍ତର ଅଭିଯୋଗ କରିଛନ୍ତି ବୋଲି ସୋମବାର ଦିନ ପୁଲିସ କହିଛି।

ଯଦି ସେ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ସହରରେ ରହନ୍ତି ତେବେ ତାଙ୍କ ଝିଅକୁ ଆକ୍ରମଣ କରାଯିବ ବୋଲି ଅଭିଯୁକ୍ତମାନେ ଧମକ ଦେଇଛନ୍ତି।

କୋଲ୍‌କାତା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଶୁକ୍ରବାର ଦିନ ତାଙ୍କ ଘରକୁ ଆସି ଦଳେ କୋଲ୍‌କାତା ଛାଡ଼ି ଚାଲିଯିବାକୁ ତାଙ୍କୁ ଧମକ ଦେଇଥିବା କଥା ଡାକ୍ତରଜଣକ ଅଭିଯୋଗ କରିଛନ୍ତି।

ଡାକ୍ତରବାବୁଙ୍କ ଅଭିଯୋଗ ଆମେ ଏଫ୍‌ଆଇଆର୍‌ କରିଛୁ, କିନ୍ତୁ ତାଙ୍କ ଅଭିଯୋଗ ସାବ୍ୟସ୍ତ କରିବାକୁ କୌଣସି ସାକ୍ଷୀ ଏ ପର୍ଯ୍ୟନ୍ତ ପାଇନାହୁଁ। ତଦନ୍ତ ଚାଲିଛି।

୪୦ ବର୍ଷରୁ ଅଧିକ ବୟସ୍କ ସେ ଡାକ୍ତରଜଣକ ୨୦ ବର୍ଷରୁ ଅଧିକ କାଳ ହେବ କୋଲ୍‌କାତାରେ ବସବାସ କରି ଆସୁଛନ୍ତି।

ପଶ୍ଚିମବଙ୍ଗ ଶିଶୁ ସୁରକ୍ଷା ଅଧିକାର କମିସନ୍‌ର ଅଧ୍ୟକ୍ଷା ଅନନ୍ୟା ଚକ୍ରବର୍ତ୍ତୀ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ଘଟନା କଥା କହିବା ପରେ ଡାକ୍ତରବାବୁ ଏବଂ ତାଙ୍କ ପରିବାରର ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି।

ସେ କହିଛନ୍ତି: ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କ ପତ୍ନୀ ଓ ଝିଅ ସ୍ୱାଭାବିକ ଜୀବନଯାପନ କରୁଛନ୍ତି। ତାଙ୍କ ପରିବାର ସୁରକ୍ଷିତ ରହିଛି।

ସମ୍ବନ୍ଧିତ ଖବର