ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବିସ୍ଫୋରକ ଯୋଗାଡ଼ କରିବାରେ ସାହାଯ୍ୟ କରିଥିବା ଅଭିଯୁକ୍ତ ଯୁବକ ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ଦେବା ପାଇଁ ଜମ୍ମୁର ଏନଆଇଏ ସ୍ପେଶାଲ କୋର୍ଟରୁ ଅନୁମତି ମାଗିଛି। ଅଭିଯୁକ୍ତର ନାଁ ୱେଜ ଉଲ ଇସଲାମ ବୋଲି ଜଣା ପଡ଼ିଥିବା ବେଳେ ସପ୍ତ‌ାହେ ତଳେ ଏନଆଇଏ ଇସଲାମ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।

Advertisment

ଅଭିଯୁକ୍ତ ଇସଲାମ ପରୀକ୍ଷା ପାଇଁ ଅନୁମତି ପାଇବାକୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲା । ତେବେ ସେପ୍ଟେମ୍ବର ୩ରେ ଏହି ମାମଲା ଶୁଣାଣି ପାଇଁ ଆସିବା ପରେ ଏନଆଇଏ ଏହି ଆବେଦନକୁ ବିରୋଧ କରିବାକୁ ପ୍ରସ୍ତୁତ ଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି।ଇସଲାମ ଆତଙ୍କବାଦୀଙ୍କ ସହଯୋଗୀ ଥିଲେ ଏବଂ ଇ-କମର୍ସ ସାଇଟରୁ ବିସ୍ଫୋରକ ସାମଗ୍ରୀ ଅର୍ଡର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ନିଟ୍ ପରୀକ୍ଷା ପାଇଁ ଅନୁମତି ଦେବାକୁ ଏନଆଇଏ ଚାହୁନଥିବା ସାମ୍ନାକୁ ଆସିଛି।

Pulwama attack: NIA reveals arrested terrorist Waiz ul Islam bought chemicals from Amazon to make bombs at the direction of JeM OpIndia

ଜଣେ ଅଧିକାରୀ କହିଛନ୍ତି, "ଅଭିଯୁକ୍ତ ଶ୍ରୀନଗରକୁ ତା’ର ପରୀକ୍ଷା କେନ୍ଦ୍ର ଭାବରେ ବାଛିଛି, ଯେଉଁଠାରେ ତାଙ୍କୁ ପ୍ରତିଯୋଗୀତା ପରୀକ୍ଷା ପାଇଁ ଅନ୍ୟ ଛାତ୍ର-ଛାତ୍ରୀମାନଙ୍କ ସହ ଉପସ୍ଥିତ ରହିବାକୁ ପଡିବ। ସେଠାରେ ଅପ୍ରତ୍ୟାଶିତ ଆଇନ ଶୃଙ୍ଖଳା ପରିସ୍ଥିତି ହୋଇପାରେ କିମ୍ବା ଯୁବକ ଖସିଯିବାକୁ ଚେଷ୍ଟା କରିପାରେ। ଏହା ଏକ ବିପଦ ଯାହା ଗ୍ରହଣ କରାଯାଇପାରିବ ନାହିଁ।

ସୂଚନା ମୁତାବକ, ଜଣେ ଉଜ୍ଜ୍ୱଳ ଛାତ୍ର ତଥା ବାଗ-ଏ-ମେହେତାବର ବାସିନ୍ଦା ଇସଲାମ ସାଧାରଣ ଜୀବନ ଯାପନ କରୁଥିଲେ। କିନ୍ତୁ ୨୦୧୯ରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ନିଜର ଉଦ୍ଦେଶ୍ୟ ପୁରଣ କରିବା ପାଇଁ ଇସଲାମକୁ ବିସ୍ଫୋରକ ଯୋଗାଡ଼ କରିବା କାମ ପାଇଁ ରାଜି କରାଇ ନେଇଥିଲେ। ତେବେ ଆକ୍ରମଣରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବାରୁ ତାଙ୍କୁ ମାର୍ଚ୍ଚରେ ଏନଆଇଏ ଗିରଫ କରିଥିଲା ।