ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍ସି (ନ୍ୟାସନାଲ୍ କନଫରେନ୍ସ) ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ଆଜି ଶ୍ରୀନଗରରେ କଶ୍ମୀର ପଣ୍ଡିତମାନେ ଜୋର୍ଦାର ବିରୋଧ କରିଛନ୍ତି ଏବଂ ତାଙ୍କୁ ଏକ ମନ୍ଦିର ମଧ୍ୟକୁ ପୂରାଇ ଦେଇନାହାନ୍ତି। ଶ୍ରୀନଗରର ଜ୍ୟେଷ୍ଠ ଦେବୀ ମନ୍ଦିରକୁ ଆଜି ଫାରୁକ୍ ପୂଜାର୍ଚ୍ଚନା ପାଇଁ ଯାଇଥିଲେ। କିନ୍ତୁ ମନ୍ଦିରରେ ପହଞ୍ଚିବା ମାତ୍ରେ ଫାରୁକ୍ଙ୍କ ବିରୋଧରେ କଶ୍ମୀର ପଣ୍ଡିତମାନେ ସ୍ଲୋଗାନ୍ ଦେଇଥିଲେ ଏବଂ ‘ମୋଦୀ-ମୋଦୀ’ ସ୍ଲୋଗାନ୍ ଦେଇଥିଲେ।। କିଛି କଶ୍ମୀର ପଣ୍ଡିତ ଫାରୁକ୍ଙ୍କୁ ଠେଲାପେଲା କରିବା ସହ ସେ ତାଙ୍କ ‘ପାପ କର୍ମ’ ପାଇଁ ଶାନ୍ତି ଭୋଗିବେ ବୋଲି କହିଥିଲେ। ଫାରୁକ୍ଙ୍କ ପରି ନେତାମାନେ କଶ୍ମୀରରେ ସେମାନଙ୍କ ଦୁଃଖ ପାଇଁ ଦାୟୀ ବୋଲି କଶ୍ମୀର ପଣ୍ଡିତ କହିଥିଲେ। ଫାରୁକ୍ ପଣ୍ଡିତମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ। ଧସ୍ତାଧସ୍ତି ଯୋଗୁଁ ଫାରୁକ୍ ସୁରକ୍ଷା କର୍ମୀଙ୍କ ସହାୟତାରେ ସେଠାରୁ ପଳାଇ ଆସିଥିଲେ।
ଫାରୁକ୍ ଅବଦୁଲ୍ଲାଙ୍କୁ କଶ୍ମୀର ପଣ୍ଡିତଙ୍କ ଜୋର୍ଦାର ବିରୋଧ
ମନ୍ଦିରରେ ପୂରାଇ ଦେଲେନି
/sambad/media/post_attachments/wp-content/uploads/2019/06/farooq-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)