ମା’ର ଆତ୍ମହତ୍ୟା ଚେତାବନୀ ସତ୍ତ୍ୱେ ଘରକୁ ଫେରିଲା ନାହିଁ ଆତଙ୍କବାଦୀ ପୁଅ

ନୂଆଦିଲ୍ଲୀ : ଡେରାଡୁନର ଏକ ଘରୋଇ କଲେଜରେ ବିଏସସି (ଆଇଟି) ପଢୁଥିବା କାଶ୍ମୀରୀ ଛାତ୍ର ସୋଏବ ମହମ୍ମଦ ଲୋନ କିଛି ଦିନ ତଳେ କଲେଦରୁ ନିଖୋଜ ହୋଇଯାଇଥିଲା । କିନ୍ତୁ ମିଳିଥିବା ଖବର ଅନୁଯାୟୀ ସେ କାଶ୍ମୀରରେ ସକ୍ରିୟ ଏକ ଆତଙ୍କବାଦୀ ସଂଗଠନର ସଦସ୍ୟ ହୋଇଯାଇଛି । ସେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ବାସିନ୍ଦା ବୋଲି ପୁଲିସ ସୁତ୍ରରୁ ଜଣାପଡିଛି । ଘରକୁ ଫେରିଆସିବା ପାଇଁ ତା ମା’ ଓ ପରିବାର ଲୋକମାନେ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ ଆଉ ଘରକୁ ଫେରିନଥିଲା । ଏପରିକି ତା ମା ସୋସିଆଲ ମିଡିଆରେ ଏକ ଭିଡିଓ ମେସେଜ ଜାରି କରି ତାକୁ ଫେରିଆସିବାକୁ କହିଥିଲେ । ଏହି ମେସେଜରେ ତା ମା କହିଥିଲେ ଯେ ଯଦି ସେ ନ ଫେରିବ ସେ ବିଷ ଖାଇଦେବେ, କିନ୍ତୁ ସେ ଶୁଣିନଥିଲା । ଏହା ପରେ ପୁଲିସ ସୁତ୍ରରୁ ଜଣାପଡିଥିଲା ଯେ ସେ ଗତ ୮ ଦିନ ତଳେ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଛି ।

ସମ୍ବନ୍ଧିତ ଖବର