କଶ୍ମୀର: ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ‘ମାଉଣ୍ଟ ଏଭରେଷ୍ଟ’ ଆରୋହଣ କରିବା ଉଦ୍ଦେଶ୍ୟରେ କଶ୍ମୀରର ଝିଅ ନହିଦା ଅନ୍ଲାଇନ୍ ମାଧ୍ୟମରେ ପାଣ୍ଠି ଯୋଗାଡ଼ କରୁଛନ୍ତି। ନାହିଦାଙ୍କ କହିବା ଅନୁସାରେ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ପ୍ରକାରର ସହଯୋଗ ଅଥବା ପ୍ରତିଶ୍ରୁତି ମିଳିପାରି ନାହିଁ। ମାତ୍ର ଏହି କାମ ହାସଲ କରିବାକୁ ମୁଁ ସାହସ ରଖିଛି ଏବଂ ସ୍ୱପ୍ନ ପୂରା କରିବି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
ଶ୍ରୀନଗର ଉପକଣ୍ଠରେ ଜେଭନ ଅଂଚଳରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ନାହିଦା ପିଲାଟି ଦିନରୁ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ଆର୍ଥିକ ସମସ୍ୟା ବାଟ ଓଗାଳୁଛି। ନାହିଦା ମଂଜୁର ପିତାମାତଙ୍କ ୨ୟ ଝିଅ। ପିତା-ମାତାଙ୍କ ତିନି ସନ୍ତାନଙ୍କ ମଧ୍ୟରୁ ମଧ୍ୟମ ନାହିଦା ଯେଉଁ ଦିନ ମାଉଣ୍ଟ ଏଭରେଷ୍ଟ ଶିଖରରେ ଜାତୀୟ ପତାକା ନେଇ ଛିଡ଼ା ହେବେ, ସେଦିନ ତାଙ୍କର ସ୍ୱପ୍ନ ପୂରା ହେବ। ସେ କହିଛନ୍ତି, ୧୦ ବର୍ଷ ବୟସରୁ ସେ ଟ୍ରାକିଙ୍ଗ କରୁଛନ୍ତି କିନ୍ତୁ ୨୦୧୭ ଠାରୁ ଟ୍ରାକିଙ୍ଗକୁ ପେଶା ଭାବରେ ଗ୍ରହଣ କରି ନେଇଛନ୍ତି। କଶ୍ମୀରର ପ୍ରଥମ ପର୍ବତାରୋହୀ ହୋଇଥିବାରୁ ସେ ଆଶା ରଖିଛନ୍ତି ଯେ, ତାଙ୍କୁ ସମସ୍ତେ ସହଯୋଗ କରିବେ।
ନାହିଦା କହିଛନ୍ତି, ମୁଁ www.ketto.org ନାଁରେ ଏକ ୱେବ୍ସାଇଟ୍ ଖୋଲିଛି। ଏହି ୱେବ୍ସାଇଟ୍ ମାଧ୍ୟମରେ ପାଣ୍ଠି ଯୋଗାଡ କରୁଛି। ମାଉଣ୍ଟ ଏଭରେଷ୍ଟ ପାଇଁ ଆବଶ୍ୟକ ପରିଶ୍ରମ କରୁଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/kashmir-1.jpg)