୧୦ ବର୍ଷ ବୟସରେ ଦେଇଥିଲେ ମାଟ୍ରିକ ପରୀକ୍ଷା, ଏବେ ୧୬ ବର୍ଷ ବୟସରେ ରାଜ୍ୟର ସର୍ବକନିଷ୍ଠ ଇଞ୍ଜିନିୟର

ହାଇଦ୍ରାବାଦ୍‌ : ଆଜିକାଲି ପିଲାମାନେ ନିଜ ଦକ୍ଷତା ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି । ଖୁବ୍‌ କମ ବୟସରେ ସେମାନେ ବଡ଼ ବଡ଼ ସଫଳତା ହାସଲ କରିବାରେ ସଫଳ ହେବା ସହ ଅନେକ ଅସମ୍ଭବ ଜିନିଷକୁ ସମ୍ଭବ କରି ଦେଖାଉଛନ୍ତି । ତେଲେଙ୍ଗାନାରୁ ସେଭଳି ଏକ ଖବର ସାମ୍ନାକୁ ଆସିଛି ।

India Today

ତେଲେଙ୍ଗାନାର କାଶିଭଟ୍ଟ ସମ୍‌ହିଥା ଖୁବ୍‌ କମ ବୟସରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ୧୦ବର୍ଷ ବୟସରେ ଦଶର୍ମ ବୋର୍ଡ଼ ପରୀକ୍ଷା ଦେବା ସହ ଅଧିକ ମାର୍କ ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ସମ୍‌ହିଥା । ଏବେ ତାଙ୍କୁ ୧୬ବର୍ଷ ବୟସ ହୋଇଥିବା ବେଳେ ସର୍ବକନିଷ୍ଠ ଇଞ୍ଜିନିୟର ହୋଇ ସେ ସମସ୍ତଙ୍କୁ ପୁଣି ଥରେ ଆଶ୍ଚର୍ଯ୍ୟ କରିଛନ୍ତି । ସମ୍‌ହିଥାଙ୍କୁ ୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଦକ୍ଷତା ଦେଖାଯିବା ଆରମ୍ଭ ହୋଇଥିଲା । ମାତ୍ର ୩ବର୍ଷ ବୟସରେ ସେ ବିଭିନ୍ନ ଦେଶର ରାଜଧାନୀର ନାମ ମନେ ରଖି ପାରିଥିଲେ ।

India Today

ଦ୍ୱାଦଶ ପରୀକ୍ଷାରେ ୮୮ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ କମ ବୟସରେ ତାଙ୍କୁ ଇଞ୍ଜିନିୟରିଂ ପାଠ ପଢ଼ିବାକୁ ଦିଆ ଯାଉ ବୋଲି ସେ ସରକାରଙ୍କୁ ଅନୁମତି ମାଗିଥିଲେ । ରାଜ୍ୟ ସରକାର ପୂରା ଘଟଣା ବିଷୟରେ ଜାଣି ସମ୍‌ହିଥାଙ୍କୁ ଇଞ୍ଜିନିୟରିଂ ପାଠ ପଢ଼ିବାକୁ ଅନୁମତି ଦେଇଥିଲେ । ଇଞ୍ଚିନିୟରିଂ ପଢ଼ା ସରିବା ପରେ ପରୀକ୍ଷାରେ ଜିପିଏ ୮.୮ମାର୍କ ରଖି ଥିବା ସମ୍‌ହିଥା ଦେଶ ପାଇଁ କିଛି କରିବାକୁ ଚାହାନ୍ତି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର