କଶ୍ମୀରରେ ପଥର ଆକ୍ରମଣରେ ଉଲ୍ଲେଖନୀୟ ହ୍ରାସ

ଶ୍ରୀନଗର: କଶ୍ମୀରରେ ସେନା ଉପରେ ପଥର ଆକ୍ରମଣ ମାମଲା ବିଗତ ୩ ମାସ ମଧ୍ୟରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ସେନା ଉପରେ ଆକ୍ରମଣ ପାଇଁ ଯୁବକଙ୍କୁ ଉସୁକାଇବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ନେଟ୍‌ୱର୍କରେ ଲଗାମ ଯୋଗୁଁ ଏଭଳି ସଫଳତା ମିଳିଥିବା ଜଣାପଡ଼ିଛି। ୨୦୧୬ରେ ପ୍ରାୟ ୩ ହଜାର ପଥର ଆକ୍ରମଣ ଘଟଣା ଘଟିଥିଲା ଏବଂ ୧୦ ହଜାର ୫୪୭ ଜଣ ଏଥିରେ ଗିରଫ ହୋଇଥିଲେ। ୨୦୧୮ରେ କଶ୍ମୀରରେ ୧୪୫୮ ପଥର ଆକ୍ରମଣ ମାମଲା ହୋଇଥିବା ବେଳେ ଏଥିରେ ୩୭୯୫ ଜଣଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର