ନୂଆଦିଲ୍ଲୀ: ନେପାଳକୁ ବିଜେପିର ସମ୍ପ୍ରସାରଣ ପ୍ରସଙ୍ଗରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତି ବିରୋଧରେ ମଙ୍ଗଳବାର ଦିନ କାଠମଣ୍ଡୁ ଆପତ୍ତି କରିଛି। ବିବୃତିରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ କହିଥିଲେ ଯେ, ଅବଳମ୍ବେ ନେପାଳରେ ବିଜେପି ସରକାର ଗଢ଼ିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।
ଏହି ମନ୍ତବ୍ୟ ବିଷୟରେ ନେପାଳ ସରକାର ବିଦ୍ଧିବଧ ଭାବେ ଭାରତର ଶାସକ ଦଳର ନେତାଙ୍କୁ ଜଣାଇ ଦେଇଛନ୍ତି ବୋଲି ସୁନିଶ୍ଚିତ କରି ମଙ୍ଗଳବାର ଦିନ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ଵାଲି ଟୁଇଟ୍ କରି କହିଛନ୍ତି।
Image Courtesy of NDTVତ୍ରିପୁରାର ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରାଇବା ଲାଗି ଏ ପ୍ରସଙ୍ଗ ଟୁଇଟ୍ କରିଥିବା ଜଣେ ନେପାଳୀ ଟୁଇଟର୍ ବ୍ୟବହାରକାରୀଙ୍କୁ ଉତ୍ତର ଦେଇ ଗ୍ୟାଓ୍ଵାଲି କହିଛନ୍ତି, ଅବଗତ ହେଲୁ। ବିଧିବଦ୍ଧ ପ୍ରତିବାଦ ଜଣାଇ ଦିଆଯାଇ ସାରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଭାରତସ୍ଥିତ ନେପାଳର ରାଷ୍ଟ୍ରଦୂତ ନୀଳାମ୍ବର ଆଚାର୍ଯ୍ୟ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ନେପାଳ ଓ ଭୁଟାନ ବ୍ୟାପାର ଦାୟିତ୍ୱରେ ଥିବା ଯୁଗ୍ମ ସଚିବ ଅରିନ୍ଦମ୍ ବାଗ୍ଚିଙ୍କୁ ନେପାଳ ସରକାରଙ୍କ ବିଧିବଦ୍ଧ ଆପତ୍ତି ଜଣାଇ ଦେଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିପ୍ଳବ କୁମାର ଦେବ କୁଆଡ଼େ କହିଥିଲେ କି, ଶ୍ରୀଲଙ୍କା ଏବଂ ନେପାଳ ପର୍ଯ୍ୟନ୍ତ ସମ୍ପ୍ରସାଣ କରିବାକୁ ବିଜେପି ଯୋଜନା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Biplav.jpg)